ଜାତୀୟ ପ୍ରେସ୍ ଦିବସରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ

Spread the love

ଯାଜପୁର, ୧୬/୧୧/୨୦୨୧ (ସନ୍ଧାନ ନିଉଜ) : ଜିଲ୍ଳ୍ା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ଅବସରରେ ଜିଲ୍ଳ୍ାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ପୂର୍ବରୁ ଅନୁଷ୍ଠିତ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଜିଲ୍ଳ୍ାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର, ଅତିରିକ୍ତ ଜିଲ୍ଳ୍ାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ଓ ଊପଜିଲ୍ଳ୍ାପାଳ ଡଃ ଶରତ ଚନ୍ଦ୍ର ମହାପାତ୍ର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ମହାମାରୀ ସମୟରେ ଗଣମାଧ୍ୟମ: ଏକ ନୂତନ ଆହ୍ୱାନ ଶୀର୍ଷକ ଓଡିଆ ବକ୍ତୃତା ପ୍ରତିଯୋଗିତାରେ ଚିତାଳୋ ମହାବିଦ୍ୟାଳୟର ସତ୍ୟବ୍ରତ ଦାସ ପ୍ରଥମ , ବିରଜା ମହିଳା ମହାବିଦ୍ୟାଳୟର ସବ୍ନମ୍ ବେଗମ୍ ଦ୍ୱିତୀୟ , ଚିତାଳୋ ମହାବିଦ୍ୟାଳୟର ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ତୃତୀୟ ଓ ଓଡିଆ ପ୍ରବନ୍ଧ ପ୍ରତିଯୋଗିତାରେ ଚିତାଳୋ ମହାବିଦ୍ୟାଳୟର ସ୍ୱସ୍ତିକା ସାହୁ ପ୍ରଥମ, କ୍ରାନିୟମ ଆବାସିକ ମହାବିଦ୍ୟାଳୟର ପ୍ରିୟଙ୍କା ପାତ୍ର ଦ୍ୱିତୀୟ ଏବଂ ଜବାହର ନବୋଦୟ ବିଦ୍ୟାଳୟର ସୂର୍ଯ୍ୟକାନ୍ତ ସୁବୁଦ୍ଧି ତୃତୀୟ ସ୍ଥାନ ଅଧିକାର କରିଥିବାରୁ ତାଙ୍କୁ ଟ୍ରପିଂ ଓ ମାନପତ୍ର ସହ ପୁରସ୍କୃୃତ କରାଯାଇଥିଲା । ଏହି ପୁରସ୍କାର ସମୟରେ ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଯାଜପୁର ପୈାର ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟଯୋଶୀ ଓ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇଥିଲେ ।

Related Posts

About The Author

Add Comment