ନୌସେନାରେ ଚାକିରୀ କରାଇଦେବାକୁ କହି ଠକେଇ ଅଭିଯୋଗ, ଘଟଣାରେ ଜଣେ ଯୁବକ ଗିରଫ

Spread the love
କଟକ, ୧୧/୧୧ (ସନ୍ଧାନ ନିଉଜ) ନୌସେନାରେ ଚାକିରି କରାଇଦେବାକୁ କହି ଠକେଇ ଅଭିଯୋଗ । ତେବେ ଏହି ଘଟଣାରେ ଜଣେ ଯୁବକ ଗିରଫ ହୋଇଛି । କଟକ ଚାଉଳିଆଗଞ୍ଜ ଥାନା ପୋଲିସ ଗିରଫ କରିଥିବା ଜଣାପଡିଛି ।  ଗିରଫ ହୋଇଥିବା ଯୁବକ ଜଣକ ନୌସେନା ଏବଂ ବିଦେଶରେ ଚାକିରି କରାଇ ଦେବାକୁ କହି ଠକୁଥିବା ଅଭିଯୋଗ ହୋଇଛି । ତେବେ ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଲେ କଟକ କିଶନନଗର ଅଞ୍ଚଳର ସୌମ୍ୟ ରଞ୍ଜନ ମିଶ୍ର ।  ସୌମ୍ୟ ନିକଟରୁ ନଗଦ ୩୩ ହଜାର ଟଙ୍କା, ଗୋଟିଏ କାର୍ ଏବଂ ଗୋଟିଏ ମୋବାଇଲ ଫୋନ ପୋଲିସ ଜବତ କରିଛି । ଅଭିଯୁକ୍ତ ଜଣଙ୍କ ପୂର୍ବତନ ପୋଲିସ ଡିଜିଙ୍କ ପୁଅ ଏବଂ ନୌସେନାର ଜଣେ ବରିଷ୍ଠ ଅଧିକାରୀ କହି ଲୋକଙ୍କୁ ଠକୁଥିବା ଜଣାପଡିଛଇ ।

Related Posts

About The Author

Add Comment