ଢେଙ୍କାନାଳ: ଦନ୍ତା ହାତୀର ଆକ୍ରମଣରେ ଜଣେ ମୃତ

Spread the love

ଭୁବନେଶ୍ୱର, : ଆଜି ସକାଳେ ଢେଙ୍କାନାଳ ଜିଲ୍ଲାର ପାରାଜଙ୍ଗ ବ୍ଲକ ଅନ୍ତର୍ଗତ ଦାମଲ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକଙ୍କ ନାମ ଦାମଲ ଗାଁର କମଲ ବେହେରା ବୋଲି ଜଣାପଡିଛି। ସୂଚନାନୁସାରେ, କମଲ ନିକଟସ୍ଥ ଗୋଡାଡିଆ କେନାଲକୁ ଯାଇଥିବା ସମୟରେ ଏକ ହାତି ତାଙ୍କୁ ଆକ୍ରମଣ କରିଥିଲା। ହାତୀଟି ତାଙ୍କୁ ଅନେକ ତର କଚାଡି ମାରିଥିବା କୁହାଯାଇଛି। ଫଳସ୍ୱରୂପ ସେ ଗୁରୁତର ଆହତ ହୋଇ ପ୍ରଥମେ ପରଜଙ୍ଗା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ ସେଠାରେ ଥିବା ଡାକ୍ତରମାନେ ତାଙ୍କୁ କଟକସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ପଠାଇଥିଲେ।

ତେବ ତାଙ୍କୁ କଟକକୁ ନିଆଯିବାବେଳେ ସେ ମୃତ୍ୟୁ ବରଣ କରିଛନ୍ତି । କମଲଙ୍କ ମୃତ୍ୟୁ ପରେ ଗାଁରେ ଶୋର ଛାୟା ଖେଳି ଯାଇଛି। କମଲଙ୍କ ପରିବାରକୁ ଯଥାଶୀଘ୍ର କ୍ଷତିପୂରଣ ଦିଆଯିବାକୁ ଗ୍ରାମବାସୀ ଦାବି କରିଛନ୍ତି। ସୂଚନା ପାଇବା ପରେ ଜଙ୍ଗଲ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Related Posts

About The Author

Add Comment