ଓଟିଭି ସାମ୍ବାଦିକଙ୍କ ବିେୟୋଗରେ ରସୁଲପୁର ପ୍ରେସ୍ ଫୋରମ ପକ୍ଷରୁ ଦିପଦାନ

Spread the love

ଯାଜପୁର, ୨୮/୦୯/୨୦୨୧ (ସନ୍ଧାନ ନିଉଜ) : ବରିଷ୍ଟ ସାମ୍ବାଦି ଓଟିଭିର ଚିପ ରିପୋର୍ଟର ଅରିନ୍ଦମ ଦାଶଙ୍କ ମହାନଦୀର ମୁଣ୍ଡୁଳୀ ନିକଟରେ ହାତୀକୁ ଉଦ୍ଧାର କରିବାକୁ ଯାଇ ମହାନଦୀର ଅଥଳ ଜଳ ସ୍ରୋତରେ ଏହି ବରିଷ୍ଠ ଖବର ପ୍ରସାରଣ କରିବାକୁ ଯାଇଥିବା ବେଳେ, ଓଡ୍ରାଫ୍ଟ ଟିମର ବୋଟଟି ମହାନଦୀରେ ବୁଡ଼ିଯିବାରୁ ଓଟିଭି ବରିଷ୍ଠ ଚିପ ରିପୋର୍ଟର ଅରିନ୍ଦମ ଦାଶଙ୍କ ଅକାଳ ବିୟୋଗରେ ଯାଜପୁର ଜିଲ୍ଲାରେ କାର୍ଯ୍ୟରତ ପ୍ରିଣ୍ଟମିଡିଆ ରିପୋର୍ଟର ଏବଂ ଇଲେକ୍ଟ୍ରିମିଡିଆ ରିପୋର୍ଟର ମଧ୍ୟରେ ଶ୍ରୀ ଦାଶଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଚି । ଯାଜପୁର ଜିଲ୍ଲାର ଗଣମାଧ୍ୟମରେ କାର୍ଯ୍ୟରତ ଥିବା ରସୁଲପୁର ପ୍ରେସଫୋରମ ପକ୍ଷରୁ ଓଟିଭି ସାମ୍ବାଦିକ ଅରିନ୍ଦମ ଦାଶଙ୍କ ଅକାଳ ବିୟୋଗ ଘଟିବାରୁ ପ୍ରେସ ଫୋରମ ପକ୍ଷରୁ ଏକ ଶୋକସଭା ଆୟୋଜନ କରାଯାଇଥିଲା । ଏହି ଅବସରରେ ପ୍ରେସ ଫୋରମ ସଭାପତି ଅଞ୍ଜନ କୁମାର ପତିଙ୍କ ସଭାପତିତ୍ୱରେ ପ୍ରେସ ଫୋରମର ସାଧାରଣ ସମ୍ପାଦକ ଜଗମୋହନ ରାଉତଙ୍କ ନେତୃତ୍ୱରେ ରସୁଲପୁର ବ୍ଲକ୍ ନିଟକସ୍ଥ ବାରବାଟୀ ପଂଚାୟତର ଦୁର୍ଗାଦେବୀ ମନ୍ଦିର ପରିଶରରେ ପ୍ରେସ ଫୋରମ ଆନୁକୁଲ୍ୟରେ ଶ୍ରୀ ଦାଶଙ୍କ ବିେୟୋଗ ଘଟିଥିବା ବେଳେ, ତାଙ୍କ ଆତ୍ମାର ସଦ୍ଗତି କାମନା କରି ଫୋରମ ପକ୍ଷରୁ ସମୁହ ଦିପଦାନ ଆୟୋଜନ କରାଯାଇଥିଲା । ଏହି ସମୁହ ଦିପଦାନ କରାଯାଇଥିବା ବେଳେ, ବାରବାଟୀ ପଂଚାୟତ ସମିତି ସଭ୍ୟ ଚୈତନ୍ୟ ନାୟକଙ୍କ ନେତୃତ୍ୱର ଆଜାଦ ହିନ୍ଦ ଫୌଜର ଠେଙ୍ଗାବାହିନୀ ଅଧ୍ୟକ୍ଷ ଲକ୍ଷ୍ଣଣ ଦାସ ଯୋଗଦେଇଥିବା ବେଳେ, ମା ଦୁର୍ଗାଦେବୀ ମନ୍ଦିର ପୂର୍ବତନ ଟ୍ରଷ୍ଟି ଯୋଗଦାନ କରିଥିଲେ । ରୁଦ୍ରପ୍ରଶାଦ ବେହେରା, ପ୍ରଦିପ୍ତ ନାୟକ ଅତିଥି ଭାବେ ଯୋଗ ଦେଇଥିଲେ । ସଭାପତି ଅଞ୍ଜନ କୁମାର ପତି, ସାଧାରଣ ସମ୍ପାଦକ ଜଗମୋହନ ରାଉତ, ବିଶ୍ୱଜିତ ନାୟକ, ସାମ୍ବାଦିକ ରଞ୍ଜିତ ରାଉତ, ସଞ୍ଜୟ ଭୋଇ, ପ୍ରେସ୍ ଫୋରମ ସଭ୍ୟମାନେ ଯୋଗଦାନ ବରିଷ୍ଟ ସାମ୍ବାଦିକ ଅରିନ୍ଦମ ଦାଶଙ୍କ ଅକାଳ ବିୟୋଗ ଘଟିବାରୁ ତାଙ୍କ ଆତ୍ମାର ସଦ୍ଗତୀ କାମନା କରି ସାମ୍ବାଦିକମାନେ ଦିପଦାନ କରିଥିଲେ ।

Related Posts

About The Author

Add Comment