ଗରିବ ଲୋକଙ୍କ ପାଇଁ ଖୋଲିଲା ଏକ ଟଙ୍କିଆ କ୍ଲିନିକ

Spread the love

ସୁନ୍ଦରଗଡ ତା:୬/୯/୨୦୨୧ ( ସନ୍ଧାନ ନିଉଜ/ରାଜୁ ପଟେଲ) ଗରିବ ଲୋକଙ୍କ ସୁବିଧାକୁ ଆଖିଆଗରେ ରଖି ଜଣେ ଡାକ୍ତର ସହଯୋଗର ହାତ ବଢ଼ାଇବା ଲୋକଲୋଚନକୁ ଆସିଛି । ଜଣେ ସମାଜସେବୀ ଭାବେ ବୁର୍ଲା ଭୀମସାରର ଡାକ୍ତର ଶଙ୍କର ରାମ ଚନ୍ଦାନି ବେଶ ପରିଚିତ । ବିଭିନ୍ନ ସମୟରେ ଅନେକ ରୋଗୀ ତଥା ଅଞ୍ଚଳରେ ସମସ୍ତଙ୍କୁ ସହଯୋଗର ହାତ ବଢ଼ାଇବା ଭଳି କାର୍ଯ୍ୟ ପାଇଁ ସେ ସମଗ୍ର ରାଜ୍ୟରେ ଖ୍ୟାତି ଅର୍ଜନ କରିଛନ୍ତି । ତାଙ୍କ ଦ୍ୱାରା ଏକ ଟଙ୍କିଆ କ୍ଲିନିକ ଉତଘାଟନ ହୋଇଅଛି । ଶ୍ରୀଯୁକ୍ତ ଚନ୍ଦାନି ଜଣେ ମେଡ଼ିସିନ
ସ୍ପେଶାଲିଷ୍ଟ ହୋଇଥିବାରୁ ଗରିବ ଲୋକମାନେ ଏକ ଟଙ୍କା ଦେଇ ନିଜ ରୋଗର ଚିକିତ୍ସା କରିପାରିବେ ବୋଲି ପ୍ରକାଶ କରିଛନ୍ତି । ଏହା ଦ୍ୱାରା ଅନେକ ଗରିବ ରୋଗୀ ଉପକୃତ ହୋଇପାରିବେ । ଏହି କ୍ଲିନିକ କୁ ଅନେକ ମହଲରେ ପ୍ରଶଂସା କରାଯାଉଥିବା ବେଳେ ଟଙ୍କା ଲୋଭୀ ଡାକ୍ତରଙ୍କ ମନରେ ଈର୍ଷା ଭାବ ଦେଖାଦେଉଥିବା ସୂଚନା ମିଳିଛି ।

Related Posts

About The Author

Add Comment