ଚୈତନ୍ୟ ସାହୁଙ୍କ ଅକାଦଶାହ କ୍ରିୟା ଉପଲକ୍ଷେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ ,

Spread the love

ଜେନାପୁର/୩୦/୦୮/ସନ୍ଧାନ ନିୟୁଜ୍/(ପ୍ରଶାନ୍ତ ସାମଲ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ରଖିଦେଇପୁର ଗ୍ରାମ ପଞ୍ଚାୟତ ଅଧିନ ପାଇକରାପୁର ଗ୍ରାମର ଶ୍ରୀ ଚୈତନ୍ୟ ସାହୁଙ୍କ ଅକାଦସାହ କ୍ରିୟାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ସେ ଥିଲେ ଏକା ଧାରାରେ ଜଣେ ସମାଜ ସେବୀ, ପରଉପକାରୀ ,ସଂକୀର୍ତ୍ତନ ମଣ୍ଡଳୀ ଗୁରୁ, ମହିମା ଅଲେଖର ଭକ୍ତ, ଓ ଜଣେ ସଫଳ ଚାଷୀ । ସେ ଡିସେମ୍ବର ମାସ ୧୯୫୨ ମସିହାରେ ପାଇକରା ପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ବେଳେ ଚଳିତ ମାସ ୨୦ ତାରିଖରେ ହୃଦଘାତରେ ତାଙ୍କର ପରଲୋକ ହୋଇଥିଲା । ସେତେବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା। ଏହି ଶ୍ରଦ୍ଧାଞ୍ଜଳି ସଭାରେ ପାଇକରା ପୁର ଗ୍ରାମର ଶ୍ରୀଶ୍ରୀ ସତ୍ୟ ନାରାୟଣ କୀର୍ତ୍ତନ ମଣ୍ଡଳୀର ସମସ୍ତ ସଭ୍ୟ ,ମହିମା ଅଲେଖର ଭକ୍ତ ଓ ସ ପରିବାର ବନ୍ଧୁବାନ୍ଧବ ମାନେ ଯୋଗ ଦେଇଥିଲେ ।

Related Posts

About The Author

Add Comment