ଯାଜପୁର ସଦର,୨୭ା୦୮ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଅରାବଳ ପଂଚାୟତ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ ନିୟମ ଉଲ୍ଲଂଘନ କରିବା ସହିତ କୋଭିଡ଼ ନିୟମକୁ ସମ୍ପୁର୍ଣ୍ଣ ଉଲ୍ଲଂଘନ କରାଯାଇଥିବା ଦେଖିବାକୁ ମିଳିଚି । ଘଟଣାରୁ ପ୍ରକାଶ ଯେ, ଆଜି ଦିନ ୯ଘଟିକା ସମୟରେ ଅରବାଳ ସ୍ୱାସ୍ଥ୍ୟକେନ୍ଦ୍ର ପରିଶରରେ କୋଭିଡ଼ ଟିକା ନେବା ପାଇଁ ଗହଳି ଲାଗିଥିବା ବେଳେ କୋଭିଡ଼ ନିୟମକୁ ସମ୍ପୁର୍ଣ୍ଣ ଉଲ୍ଲଂଘନ କରାଯାଇଥିବା ଦେଖିବାକୁ ମିଳିଥିଲା । ଏଠାରେ ଶହ ଶହ ସଂଖ୍ୟାରେ ମହିଳା ପୁରୁଷ ଏକତ୍ରିତ ହୋଇ ଟିକା ନେବାକୁ ଆସିଥିବା ବେଳେ, ନା ଅଛି ମୁହଁ ମାସ୍କ ନା ଅଛି ଦୂରତା ମେଣ୍ଟେନ । ଶହ ଶହ ସଂଖ୍ୟାରେ ଏକତ୍ରିତ ହୋଇ ସ୍ୱାସ୍ଥ୍ୟକେନ୍ଦ୍ର ପରିଶରରେ ଜମା ହୋଇଥିବା ବେଳେ, ଅରବାଳ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟଙ୍କୁ ଆମ ଜିଲ୍ଲା ପ୍ରତିନିଧି ପଚାରିବାରୁ ଶ୍ରୀ ଦାସ ନିରବ ହୋଇଯାଇଥିଲେ । ଫାର୍ମାସିଷ୍ଟ ଶ୍ରୀ ଦାସ ନିଜେ ମାସ୍କ ବ୍ୟବହାର କରିଥିବା ବେଳେ, ଟିକା ନେବାପାଇଁ ଆସିଥିବା ଲୋକମାନଙ୍କୁ ମେଡିକାଲ ପକ୍ଷରୁ କୌଣସି କଟକଣା କରାଯାଇନଥିବା ଦେଖିବାକୁ ମିଳିଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ଅରବାଳ ସ୍ୱାସ୍ଥ୍ୟକେନ୍ଦ୍ର ପରିଶରରେ ଟିକା ଦିଆଯାଉଥିବା ବେଳେ ଅରାବଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଚାକିରି କରିଥିବା ଅୟୁଷ ଡାକ୍ତର ମ୍ୟାଡାମକୁ ପଚାରିବାରୁ ମ୍ୟାଡାମ କହିଲେ ଆମ ମେଡିକାଲରେ କୌଣସି କଟକଣା ନାହିଁ । ଧର୍ମଶାଳା ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତ ମାନେ ଏଠାକୁ ଆସି ଟିକା ଦେଉଛନ୍ତି । ଧର୍ମଶାଳା ମେଡିକାଲର ଡାକ୍ତର ସୁଧିର କୁମାର ସାହୁଙ୍କୁ ଯୋଗାଯୋଗ କରାଯାଇଥିଲେ କୌଣସି କାର୍ଯ୍ୟାନୁଷ୍ଟାନ ଏହି ଅରାବଳ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିଆଯାଇନଥିଲା । ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଭିଡ ପାଇଁ ଖର୍ଚ୍ଚ କରାଯାଉଥିବା ବେଳେ, ମାନ୍ୟବର ମୁଖ୍ୟମନ୍ତ୍ରୀ ବାରମ୍ବାର କହୁଛନ୍ତି ମାସ୍କ ବ୍ୟବହାର କରିବା ସହିତ ଦୂରତା ମେଣ୍ଟେନ କଲେ କରୋନାକୁ ଜିତି ପାରିବା ତାହା ଏକ ନମୁନା ଅରାବଳ ସ୍ୱାସ୍ଥ୍ୟକେନ୍ଦ୍ର ପରିଶରରେ କୋଭିଡ଼ ନିୟମକୁ ସମ୍ପୁର୍ଣ୍ଣ ଉଲ୍ଲଂଘନ କରାଯାଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଦିଆଯାଉଥିବା କୋଭିଡ଼ ଟିକା ଡାକ୍ତର ଏବଂ ଷ୍ଟାପ ନର୍ସ ଏବଂ ଫାର୍ମାସିଷ୍ଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ନେବାପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଦୃଷ୍ଟି ଦେବା ସହିତ ଯାଜପୁର ଏଡିଏମ ଏବଂ ଜିଲ୍ଲାପାଳ, ସ୍ୱାସ୍ଥ୍ୟ ସଚିବ ତଦନ୍ତ କରାଯିବା ପାଇଁ ଜନସାଧାରଣଙ୍କ ତରଫରୁ ଦାବି କରାଯାଉଚି ।
ଅରାବଳ ସ୍ୱାସ୍ଥ୍ୟକେନ୍ଦ୍ରରେ କୋଭିଡ଼ ନିୟମ ଉଲ୍ଲଂଘନ
|
August 27, 2021 |


