ଯାଜପୁର ସଦର,୨୫ା୦୭(ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲାରେ ସାମ୍ବାଦିକ ମାନଙ୍କ ଉପରେ ଗୋଟିଏ ପରେ ଗୋଟିଏ ଆକ୍ରମଣ ଘଟଣା ଦେଖିବାକୁ ମିଳୁଚି । ଯାଜପୁର ଜିଲ୍ଲାରେ ଜଣେ ଇଲେକ୍ଟ୍ରିମିଡିଆ ସାମ୍ବାଦିକଙ୍କୁ ଆକ୍ରମଣ କରିବା ସହିତ କ୍ୟାମେରେ ଛଡ଼ାଇନେବା ଏବଂ ଥାନାରେ ମାମଲା କରାଯିବା ଏବଂ ଏହି ବାଲି ମାଫିଆ ସାମ୍ବାଦିକ ମାନଙ୍କୁ ଭୁଲ ମାଗିବା ଏବଂ ଜୋରିମାନ ଦେବା ଘଟଣା ଏଠାରେ ବିସ୍ମୟ କରିଦେଇଚି । ସେହିପରି ଯାଜପୁର ଜିଲ୍ଲାରେ ଦୈନିକ ସମ୍ବାଦପତ୍ର ପ୍ରିଂଟ୍ ମିଡିଆ ରସୁଲପୁର ପ୍ରେସଫୋରମର ସଭ୍ୟ ଗୋପିନାଥ ଦାଶ ଦୈନିକ ଖବର କାଗଜ ଧରି ବିତରଣ କରୁଥିବା ବେଳେ, ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଧର୍ମଶାଳା ଥାନା ଅଧିନରେ ଥିବା ଅରାବଳ ପଂଚାୟତର କୈଳାସ ଚନ୍ଦ୍ର ସାମଲଙ୍କ ପୁଅ ସୁରେନ୍ଦ୍ର ସାମଲ(ସୁରିଆ) ଏକ ମେଡିସିନ ଦୋକାନରେ ଶ୍ରୀ ଦାଶ ଖବର କାଗଜ ଦେଉଥିବା ବେଳେ, ସେହି ଗ୍ରାମର ସୁରେନ୍ଦ୍ର ସାମଲ ଅସଭ୍ୟ ଭାଷାରେ ଗାଲିଗୁଲଜ କରିବା ସହିତ ହତ୍ୟା ଧମକ ଶ୍ରୀ ଦାଶଙ୍କୁ ଦେଇଥିଲେ । ଏନେଇ ଅରବାଳ ପଂଚାୟତର ସରପଂଚ ନିର୍ମଳ ଚନ୍ଦ୍ର ସାମଲଙ୍କ ଦୃଷ୍ଟି ଗୋଚର କରାଯାଇଥିଲା । ବନ୍ଧଡିହ ପଂଚାୟତରେ ସାମ୍ବାଦିକଙ୍କ ଘର ହୋଇଥିବା ବେଳେ, ବନ୍ଧଡିହ ପଂଚାୟତ ସରପଂଚଙ୍କ ପ୍ରତିନିଧି ବିଜୟ କୁମାର ଜେନାଙ୍କ ଦୃଷ୍ଟି ଗୋଚର କରାଯାଇଥିଲା । କୌଣସି ମିମାଂସା ନହେବାରୁ ରସୁଲପୁର ପ୍ରେସ୍ଫୋରମ ସଭାପତି ଅଞ୍ଜନ କୁମାର ପତିଙ୍କ ଦୃଷ୍ଟି ଗୋଚର କରାଯାଇଥିଲା । ସାମ୍ବାଦିକ ଗୋପିନାଥ ଦାଶ ତାଙ୍କ ସୁରକ୍ଷା ପାଇଁ ବ୍ରହ୍ମବରଦା ଫାଣ୍ଡି ଅଧିକାରୀ ପରମାନନ୍ଦ ସେଠୀଙ୍କୁ ଏସମ୍ପର୍କରେ ଶ୍ରୀ ଦାଶ ଜଣାଇଥିଲେ । ବ୍ରହ୍ମବରଦା ଫାଣ୍ଡିରେ ନୂତନ କରି ଯୋଗ ଦେଇଥିବା ଏସ୍ ଦାଶରଥି ପାତ୍ରଙ୍କୁ ଟେଲିଫୋନରେ ଜଣାଇବା ପରେ ସାମ୍ବାଦିକ ଗୋପିନାଥ ଦାଶ ବ୍ରହ୍ମବରଦା ଫାଣ୍ଡିରେ ଏକ ଏତଲା କରିଛନ୍ତି । ଯାଜପୁର ଜିଲ୍ଲାପାଳ, ଯାଜପୁର ଏସ୍.ପି., ସୁଚନା କମିସନର ଦୃଷ୍ଟି ଦେବାଲାଗି ଦୋଷି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଟାନ କରାଯିବା ପାଇଁ ରସୁଲପୁର ପ୍ରେସ୍ଫୋରମ ସାମ୍ବାଦିକମାନେ ଦାବି କରିଛନ୍ତି ।
ସମ୍ବାଦ ଦାମ୍ କାହିଁକି ୭ଟଙ୍କା ହେଲା: ଗୁଣ୍ଡା ମଦୁଆ ଭାଡୁଆ ସୁରେନ୍ଦ୍ର ସାମଲ ପୁଣି ଜଣେ ସାମ୍ବାଦିକଙ୍କୁ ଆକ୍ରମଣ କରିବା ସହିତ ହତ୍ୟା ଧମକ
|
July 25, 2021 |