କିସ୍ତି ଟଙ୍କା ଫେରାଇ ନପାରିବାରୁ ବିଷ ପିଇଦେଲେ ମହିଳା

Spread the love

ବାରିପଦା: ୧୬/୭ (ସନ୍ଧାନ ନ୍ୟୁଜ୍) -: ଠିକଣା ସମୟରେ ଋଣ ଟଙ୍କା ଫେରାଇ ପାରୁନଥିଲେ। ସେଥିପାଇଁ ଫାଇନାନ୍ସ କମ୍ପାନୀ ପକ୍ଷରୁ ଚାପ୍‌ ପଡ଼ୁଥିଲା। ଯେଉଁଥିପାଇଁ ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଆଜି ଏପରି ଅଭିଯୋଗ ମୟୂରଭଞ୍ଜ ଜିଲ୍ଲାରୁ ଆସିଛି।

ବାରିପଦା ବିଜୟରାମ ଚନ୍ଦ୍ରପୁର ଅଞ୍ଚଳର ବୀଣା ବେହେରା। ସେ ହେଉଛି ମହିଳା ସ୍ୱୟଂସହାୟିକ ଗ୍ରୁପ୍‌ର ଜଣେ ସଦସ୍ୟା। ଅନ୍ୟ ମହିଳାଙ୍କ ସହ ସେ ଋଣ ନେଇଥିଲେ। କିନ୍ତୁ ତାଙ୍କ ଗ୍ରୁପ୍‌ର ମୁଖ୍ୟ କାହାକୁ କିଛି ନଜଣାଇ ୯୦ରୁ ଅଧିକ ମହିଳାଙ୍କ କାଗଜପତ୍ର ଦେଖାଇ ଋଣ ଟଙ୍କା ନେଇ ଚମ୍ପଟ ମାରିଥିଲେ। ଏବେ ସବୁ ଋଣ କିସ୍ତି ବୀଣାଙ୍କ ସମେତ ଅନ୍ୟ ମହିଳାମାନେ ଦେବେ। କିନ୍ତୁ ଠିକଣା ସମୟରେ ଋଣ କିସ୍ତି ଟଙ୍କା ଫେରାଇ ପାରୁନଥିଲେ। ସେଥିପାଇଁ ଫାଇନାନ୍ସ କମ୍ପାନୀ ବାରମ୍ଵାର ତାଙ୍କୁ ଦାଗିଦ୍ କରୁଥିଲା। ଯେଉଁଥିପାଇଁ ମାନସିକ ଭାବେ ଭାଙ୍ଗି ପଡ଼ିଥିଲେ ବୀଣା।

 

 

 

ସବୁଆଡୁ ନିରାଶ ହେବା ପରେ ବୀଣା ଆଜି ବିଷ ପିଇଦେଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାରିପଦା ମେଡିକାଲରେ ଭର୍ତ୍ତି କରିଛନ୍ତି। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ଥିବା ଜଣାପଡ଼ିଛି।

ପୂର୍ବରୁ ବୀଣା ଓ ତାଙ୍କ ସାଥୀମାନେ ଠକାମୀରେ ଶିକାର ହେଇ ଥାନାରେ ଅଭିଯୋଗ କରିଥିଲେ। ମାତ୍ର ପୁଲିସ ଟଙ୍କା ହଡପ୍‌ କରି ଚମ୍ପଟ ମାରିଥିବା ମହିଳାଙ୍କୁ ଧରିପାରି ନାହାନ୍ତି,

Related Posts

About The Author

Add Comment