ଲେଫ୍ରିପଡା ବ୍ଲକ ବନାଞ୍ଚଳ ପରିଚାଳନା ତରଫରୁ ଦ୍ଵିତୀୟ ପର୍ଯାୟ ରେ ୧,୧୮୫୩୪ ଚାର ରୋପଣ କାର୍ଯ୍ୟକ୍ରମ

Spread the love

ସୁନ୍ଦରଗଡ,୫/୭/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ)  ଲେଫ୍ରିପଡା ବ୍ଲକରେ ୨୦୧୭-୨୦୧୮ ମସିହାରୁ ଓଡିଶା ବନାଞ୍ଚଳ ପରିଚାଳନା ତରଫରୁ ଆରମ୍ଭ ହୋଇଛି । ଏଥିରେ ପର୍ଯ୍ୟାୟକୁ  ତିନି ଭାଗରେ ବିଭକ୍ତ କରି କାର୍ଯ୍ୟ କରିବାକୁ ସ୍ଥିର କରାଯାଇ ଥିଲା । ପ୍ରଥମ ପର୍ଯ୍ୟରେ ସର୍ଭେ,ଦ୍ଵିତୀୟ ପର୍ଯ୍ୟରେ ଚାର ରୋପଣ ଓ ତୃତୀୟ ପର୍ଯାୟରେ ଫାର୍ମ ର ସୁବିଧା । ପ୍ରଥମ ସଂସ୍କରଣରେ ଉଜ୍ଜଳପୁର ଓ ସୁନ୍ଦରଗଡ, ଦ୍ଵିତୀୟରେ ଲେଫ୍ରିପଡା ଓ ହିମଗିର ଓ ତୃତୀୟ ପର୍ଯାୟରେ ବଡ଼ଗାଁ କରାଯାଇଛି । ଏବେ ଉନ୍ନତି କରଣରେ ତିନି ପ୍ରକାର ଚାର ରୋପଣକୁ ପ୍ରାଧାନ୍ୟ ଦିଆଯାଇଛି । ସଗୁଆନ ଗଛ ଯାହା ଘର ତିଆରି କାର୍ଯ୍ୟରେ ସହାୟକ ହୋଇଥାଏ, ଆକାଶୀ ଗଛ ଯାହାର ବ୍ୟବହାର କାଗଜ ତିଆରି ପାଇଁ କରାଯାଏ ଓ ତା ସହିତ ଫଳ,ଫୁଲ ଓ ପନିପରିବାର ପାଇଁ ବଗିଚା ତିଆରି କରିବା । ଏହା ଦ୍ୱାରା ଅଞ୍ଚଳରେ ଲୋକଙ୍କୁ ରୋଜଗାରକ୍ଷମ କରିବା ପ୍ରଧାନ ଲକ୍ଷ । ଏହି ପର୍ଯାୟରେ ୧୧୮୫୩୪ ଗଛ ଚାରା ରୋପଣ କରାଯିବାର ସୂଚନା ବନାଞ୍ଚଳ ଅଧିକାରୀ ତରଫରୁ ମିଳିଛି । ଏହି କାର୍ଯ୍ୟକ୍ରମ ଦ୍ୱାରା ଅଞ୍ଚଳର ଗରିବ ଓ ବେକାର ରହିଥିବା ଲୋକ ଅନେକାଂଶରେ  ଉପକୃତ ହେବାର ସୂଚନା ମିଳୁଛି ।

Related Posts

About The Author

Add Comment