ସୁନ୍ଦରଗଡରେ ଇବ ପ୍ରସଙ୍ଗ, ମୁଣ୍ଡି ମାରିବେ ସଦର ବିଧାୟିକା କୁସୁମ ଟେଟେ

Spread the love

ସୁନ୍ଦରଗଡ, ୩/୭/୨୦୨୧( ସନ୍ଧାନ ନିଉଜ /ରାଜୁ ପଟେଲ) : ସୁନ୍ଦରଗଡରେ ବହୁ ଦିନର ସ୍ୱପ୍ନ ଆଜି ସତ ହେବାକୁ ଯାଉଛି । କୋପସିଙ୍ଘା ଠାରେ ହେବାକୁ ଥିବା ଏହି ବ୍ୟରେଜ ପାଇଁ ଜଳ ସମ୍ପଦ ବିଭାଗ ୨୨୧ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଅନେକ ଦିନରୁ ଜିଲ୍ଲା ବାସୀ ଦାବି କରି ଆସୁଥିବାବେଳେ ଏହାକୁ ପୂର୍ବତନ ବିଧାୟକ ଯୋଗେଶ ସିଂ ୨୦୦୯ରେ ପରିକଳ୍ପନା କରି ଆଶା ବାନ୍ଧି ଥିଲେ । ଏହି ବିଷୟରେ ସଦର ବିଧାୟିକା ଶ୍ରୀମତୀ କୁସୁମ ଟେଟେ ବାରମ୍ବାର କହି ଆସୁଥିବା ତଥ୍ସ ଶଯସର ଯସକ ସମ୍ପଦ ଅଧିକାରୀଙ୍କ ସହିତ ସମାଲୋଚନା ପରେ ତାହା ଆଜି ଫଳପ୍ରଦ ହୋଇଛି । ଅନେକ ବର୍ଷ ଧରି ଏହି ଇବ ନଦୀ ବର୍ଷା ସମୟ ବ୍ୟତୀତ ଅନ୍ୟ ସମୟରେ ଶୁଖିଲା ରହିଥିବା ବେଳେ ଛତିଶଗଡ ସରକାର ବନ୍ଧ ତିଆରି କରି ଇବ ପାଣିକୁ ଅଟକାଇ ରଖିଥିବା ବେଳେ ରାଜ୍ୟ ସରକାର ହାତବାନ୍ଧି ବସିଥିବା ଅଭିଯୋଗ ଆସିଛି  ଅନେକ ସମୟ ଧରି ଏହି ପ୍ରକଳ୍ପ ଅଟକି ରହିବା ପରେ ଏବେ ଜଳ ସମ୍ପଦ ବିଭାଗ ୨୨୧କୋଟି ଅନୁମୋଦନ କରିଛନ୍ତି । ଏହି ବ୍ୟାରେଜ ନିର୍ମାଣ ପରେ ଜିଲ୍ଲାର ଚାଷୀ ଉପକୃତ ହେବେ ବୋଲି ବୁଦ୍ଧିଜୀବୀଙ୍କ ପକ୍ଷରୁ କୁହାଯାଇଛି ।

Related Posts

About The Author

Add Comment