ରାଜପଥରେ ଲୁଟ କରୁଥିବା ୫ଜଣ ଲୁଟେରେ ଗିରଫ

Spread the love

ଯାଜପୁର, ୨୯/୦୬/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାରେ ଜାତୀୟ ରାଜପଥ ମାନଙ୍କରେ ସରଳତାର ସୁଯୋଗ ନେଇ ମହିଳା ମାନଙ୍କ ଠାରୁ ଲୁଟି ନେଇ ବାଇକରେ ଚମ୍ପଟମାରୁଥିବା ୫ଜଣ ଲୁଟେରା କୁ ଧର୍ମଶାଳା ପୋଲିସ ଗିରଫ କରି ଚଣ୍ଡିଖୋଲ କୋର୍ଟକୁ ଚାଲାଣ କରିଥିବା ବେଳେ, ଯାଜପୁର ଯାଜପୁର ଜିଲ୍ଲା ପୋଲିସକୁ ଏକ ବଡ଼ ସଫଳତା ମିଳିଚି । ଜାରକା ବଜାର ଧର୍ମଶାଳା କୁଆଖିଆ ଜାତୀୟ ରାଜପଥ ମାନଙ୍କରେ ଏହି ଡକାୟତ ମାନେ ଡକାୟତ କରି ମହିଳାଙ୍କ ବେକରୁ ସୁନାଚେନ ଠାରୁ ଆରମ୍ଭକରି ନାମିଦାମୀ ମୋବାଇଲ ଫୋନ ଲୁଟ୍ କରି ନେଇ ଚମ୍ପଟ ମାରିଚାଲି ଯାଉଥିଲେ । ପୋଲିସ ସେମାନଙ୍କୁ ଧରିବାରେ ବିଫଳ ହେଉଥିଲା ଏହି ରାହାଜାନୀରେ ସମ୍ପୃକ୍ତ ଥିବା ଡକାୟତ ମାନଙ୍କୁ ଧର୍ମଶାଳା ପୋଲିସ ମୋବାଇଲ ଫୋନକୁ ଟ୍ରାପ କରି ଧରିଥିବା ଜଣାଯାଇଚି । ଏହାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଅଭିଯୁକ୍ତ କଟକ ଜିଲ୍ଲା ବ୍ରାହ୍ମଣ ଝରିଲୋ ଅଞ୍ଚଳର କୁଦୁସ ଖାଁନ ଏବଂ ତାର ଭାଇ ୟୁନୁସ୍ ଖାଁନକୁ ପୋଲିସ ଗିରଫ କରିଥିଲା । ଏହି ଦୁଇ ଅଭିଯୁକ୍ତକୁ ଗିରପ କରିଥିବା ପରେ ଶୂଚନା ଆଧାରରେ ସେମାନଙ୍କ ଠାରୁ ବିଭିନ୍ନ ସମୟରେ ସହଯୋଗ କରୁଥିବା ଜଖସିଂହପୁର ଜ୍ଞାନରଂଜନ ସାହୁ, ବାଲେଶ୍ୱର ଖନ୍ତାପଡ଼ାର ସୁସାନ୍ତ ଜେନା, ରସୁଲପୁର ବ୍ଲକ୍ ବ୍ରହ୍ମବରଦା ପଂଚାୟତରେ ସୁନା ବେବସାୟ କରୁଥିବା ମହେଶ୍ୱର ସାହୁ ଏହି ୫ଜଣ ଅଭିଯୁକ୍ତଙ୍କୁ ଧର୍ମଶାଳା ପୋଲିସ ଗିରଫ କରିଥିଲେ । ମହେଶ୍ୱର ସାହୁ ଜଣେ ସୁନା ବ୍ୟବସାୟୀ ହୋଇଥିବା ବେଳେ, ସୁସାନ୍ତ ଜେନା ଖନ୍ତାପଡ଼ାରେ ଘରଭଡ଼ା ଦେଉଥିଲା । ଏହି ଡକାୟତ ମାନଙ୍କଠାରୁ ଜ୍ଞାନରଂଜନ ସାହୁ ୪ଟି ସୁନା ଚେନ୍ କିଣିଥିଲେ । ଯାହାର ଓଜନ ୪୫ଗ୍ରାମ ହେବ ବୋଲି ପୋଲିସ ସୂବନା ଦେଇଚି । ଏହି ଡକାୟତ ବ୍ୟବହାର କରୁଥିବା ବାଇକ୍କୁ ଜବତ କରାଯାଇଚି । ସେହିପରି ୮ଗୋଟି ମୋବାଇଲ ଫୋନ୍ ପୋଲିସ ଜବତ କରିଛି । ଏହି ୫ଜଣ ଲୁଟେରାଙ୍କୁ ଚଣ୍ଡିଖୋଲ କୋର୍ଟକୁ ଚାଲାଣ କରିଥିବା ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଆସାମୀ ମାନଙ୍କୁ ରଗଡ଼ି ଜେଲକୁ ପଠେଇ ଦିଆଯାଇଚିବୋଲି ପୋଲିସ ସୁତ୍ରରୁ ପ୍ରକାଶ କରାଯାଇଚି ।

Related Posts

About The Author

Add Comment