ବଜ୍ରାପାତରେ ଟ୍ରାନ୍ସଫର୍ମର ପୋଡିଯିବାରୁ ୬ ଦିନ ହେଲା ପାନୀୟଜଳ ପ୍ରକଳ୍ପ  ଅଚଳ

Spread the love

ଚଣ୍ଡିଖୋଲ , ୧୮/୦୬/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ସୁଙ୍ଗୁଡା ପଂଚାୟତ ଖୋସାଲିପୁର ଗ୍ରାମରେ ଥିବା ପାନୀୟଜଳ ପ୍ରକଳ୍ପ ଟି ୬ ଦିନ ହେବ ଅଚଳ ହୋଇ ପଡିଛି ।ପ୍ରବଳ ବଜ୍ରପାତ କାରଣରୁ ପାନୀୟଜଳ ପ୍ରକଳ୍ପ ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡିଯାଇ ଥିଲା ।ଧର୍ମଶାଳା ବିଦ୍ୟୁତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଏହାର ମରାମତି ପାଇଁ ଯୋଗାଯୋଗ କରିବାରୁ ପଂଚାୟତର ପିଇଓ ବିଲ କରିନଥିବା କଥା କହିଥିଲେ। ଏ ସଂପର୍କରେ ପିଇଓଙ୍କୁ ଯୋଗାଯୋଗ କରିଥିଲେ ବି ସେ ଏହାର କୌଣସି ଉତ୍ତର ଦେଇନଥିଲେ। ଶେଷରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅବଗତ କରାଯିବାରୁ ବୁଝୁଛି ବୋଲି କହିବା ଦୁଇ ଦିନ ବିତିଗଲା ପରେ ବି ସମସ୍ଯାର ଏପର୍ଯ୍ୟନ୍ତ ସମାଧାନ ହୋଇପାରିନି। ଯାହା ଫଳରେ ଖୋସାଲିପୁର ଓ ସୁଙ୍ଗୁଡା ଗ୍ରାମର ପ୍ରାୟ ଏକ ହଜାର ପିରିବାର ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଅନ୍ଯ ପଟେ ଏହି ପ୍ରକଳ୍ପ ଚାଳକ ଦାୟୀତ୍ବ ରେ ଥିବା କର୍ମଚାରୀ ନିଜ ପିତାଙ୍କୁ ମଟର ଚଳାଇବା ଦାୟୀତ୍ବ ଦେଇ ଏକ ଘରୋଇ ସଂସ୍ଥାରେ ନିୟୋଜିତ ହୋଇଛନ୍ତି। ଦାୟୀତ୍ବରେ ଥିବା କର୍ମଚାରୀ ଏଠାରେ ନରହିବା ଫଳରେ ପାନୀୟଜଳ ଯୋଗାଣ ଅନେକ ସମୟରେ ଅନିୟମିତତା ହେଉଥିବା ଦେଖିବାକୁ ମିଳୁଛି। ଉଚ୍ଚ ପଦସ୍ଥ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାସହ ତୁରନ୍ତ ପାନୀୟଜଳ ଯୋଗାଇ ଦେବାର ବ୍ଯବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Related Posts

About The Author

Add Comment