ସୁନ୍ଦରଗଡ, ୧୩/୬/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ) : ସବଡେଗା ବ୍ଲକ ଅନ୍ତର୍ଗତ କରମଡିହି ବସଷ୍ଟାଣ୍ଡ ନିକଟରେ ପରିତ୍ୟକ୍ତ କୂଅରୁ ଏକ ଅଜଣା ଶବ ଉଦ୍ଧାର କରାଯାଇଛି। ଶବଟି ସମ୍ପୂର୍ଣ ରୂପେ ପାଚିଥିବାରୁ ହାଡ଼କଙ୍କାଳ ମିଳିଥିବାରୁ ଶବର ଚିହ୍ନଟ ହୋଇପାରିନାହିଁ । ଗତ କିଛି ଦିନ ଆଗରୁ ହତ୍ୟା କରି କୂଅରେ ଫୋଫାଡ଼ି ଦେଇଥିବା ଅନୁମାନ କରାଯାଉଛି । ଗତକାଲି ଏହି ପରିତ୍ୟକ୍ତ କୂଅରୁ ଅସହ୍ୟ ଦୁର୍ଗନ୍ଧ ହେବାରୁ ସନ୍ଦେହ କରୁଥିଲେ । ଆଜି ଅବସର ପ୍ରାପ୍ତ ସନ୍ତୋଷ କମାର କୂଅ ଭିତରେ କଙ୍କାଳ ମୁଣ୍ଡ ଦେଖି ସଦର ପୋଲିସଙ୍କୁ ଫୋନ ଯୋଗେ ଅବଗତ କରାଇଥିଲେ ।ସୂଚନା ପାଇ ସଦର ପୋଲିସ ଆଇ.ଆଇ.ସି ରମେଶ କୁମାର ମହାରଣା ଦଳବଳ ସହ ଅଗ୍ନିଶମ ବିଭାଗକୁ ନେଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ସୁନ୍ଦରଗଡର ଅତିରିକ୍ତ ତହସିଲଦାର ଘନଶ୍ୟାମ ମୁଣ୍ଡାଙ୍କ ଉପସ୍ଥିତିରେ ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ସୁନ୍ଦରଗଡ ନିଆଯାଇଥିବା ଜଣାପଡିଛି । ଅତିଶୀଘ୍ର ଘଟଣାର ତଦନ୍ତ ପାଇଁ ଶ୍ରୀଯୁକ୍ତ ମୁ



