ବାତ୍ୟା ୟାସକୁ ଦୃଷ୍ଟିରେ ରଖି NDRF ର ୯୯ ଟି ଟିମ୍ ନିୟୋଜିତ – NDRF ମହାନିର୍ଦ୍ଦେଶକ ସତ୍ୟନାରାୟଣ ପ୍ରଧାନ

Spread the love

ଭୁବନେଶ୍ୱର ୨୪-୫ (ସନ୍ଧାନ ନିଉଜ) ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ବାତ୍ୟା ‘ୟଶ୍’ରେ ପରିଣତ ହୋଇଛି।

ବାତ୍ୟା ୟାସକୁ ଦୃଷ୍ଟିରେ ରଖି ଓଡିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ NDRF ର ୯୯ ଟି ଟିମ୍ ନିୟୋଜିତ ହୋଇଛନ୍ତି ବୋଲି କହିଛନ୍ତି NDRF ମହାନିର୍ଦ୍ଦେଶକ ସତ୍ୟନାରାୟଣ ପ୍ରଧାନ।

ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ନିୟୋଜନ ପାଇଁ ୫ବାଟାଲିଆନ୍ ଏନଡିଆରଏଫ୍-ପୁଣେର ୫ ଟି ଦଳ ଓଡ଼ିଶାର ଭୁବନେଶ୍ୱରକୁ ବିମାନ ଯୋଗେ ଉଡ଼ାଣ ଭରିଲା।

ଏବେ ବାତ୍ୟା ‘ୟଶ୍’ ପୋର୍ଟବ୍ଲେୟାର ଠାରୁ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ୬୦୦ କିମି ଦୂରରେ ରହିଥିବା ବେଳେ ପାରାଦୀପ ଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବରେ ୫୯୦ କିମି ଦୂରରେ ଅଛି। ସେହିଭଳି ବାଲେଶ୍ୱର ଠାରୁ ବାତ୍ୟା ‘ୟଶ୍’ ଦକ୍ଷିଣ-ଦକ୍ଷିଣ ପୂର୍ବରେ ୬୫୦ କିମି ଏବଂ ଦୀଘାଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବରେ ୬୩୦ କିମି ଦୂରରେ ରହିଛି।

ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତ କରି, ୨୪ ତାରିଖ ସକାଳ ସମୟରେ ଶକ୍ତିଶାଳୀ ହୋଇ ଏକ ସାମୁଦ୍ରିକ ଝଡ ବା ବାତ୍ୟା ରେ ପରିଣତ ହେବା ସହ ପରବର୍ତ୍ତୀ ୨୪ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ଅତି ତୀବ୍ର ବାତ୍ୟା ରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଘନୀଭୂତ ହୋଇ ଏବଂ ୨୬ ତାରିଖ ସକାଳ ସମୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ପଶ୍ଚିମବଙ୍ଗ ଏବଂ ଉଭର ଓଡ଼ିଶା ଉପକୂଳ ପାଖାପାଖି ପହଁଚିବା ସମ୍ଭାବନା ରହିଛି।ଏହା ଅତି ତୀବ୍ର ବାତ୍ୟା ଭାବେ ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ଉତ୍ତର ଓଡ଼ିଶା – ପଶ୍ଚିମବଙ୍ଗ ଉପକୂଳକୁ ପାରାଦୀପ ଏବଂ ସାଗର ଦ୍ଵୀପପୁଞ୍ଜ ମଧ୍ୟରେ ଅତିକ୍ରମ କରିବାର ସମ୍ଭାବନା ରହିଛି।

ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ସମସ୍ତ ବନ୍ଦର ଗୁଡିକ ପାଇଁ ବିପଦ ସଂକେତ ଜାରୀ କରାଯାଇଛି। ପାରାଦୀପ ଏବଂ ଧାମରା ପାଇଁ ବିପଦ ସଂକେତ-୪, ପୁରୀ ଏବଂ ଗୋପାଳପୁର ପାଇଁ ବିପଦ ସଂକେତ-୩ ଜାରୀ କରାୟାଇଛି। ଏ ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

Related Posts

About The Author

Add Comment