ଜେନାପୁର/୨୨/୦୫/ ସନ୍ଧାନ ନିଉଜ୍/(ପ୍ରଶାନ୍ତ ସାମଲ )ନିଜର ସମୟାନୁବର୍ତ୍ତିତା ,ପରୋପକାରିତା ,ଉତ୍ତମ ବ୍ୟବହାର ,ଚିକିତ୍ସା ଦକ୍ଷତା ତଥା ସମାଜ ର ଦରିଦ୍ର ,ଅବହେଳିତ ବର୍ଗ ଙ୍କ ପାଇଁ ନିରନ୍ତର ସେବା ଯୋଗାଇ ସବୁବେଳେ ଗଣ ମାଧ୍ୟମ ଓ ସାମାଜିକ ମାଧ୍ୟମ ରେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ହେବା ସହ ଜନ ସାଧାରଣ ,ସାମ୍ବାଦିକ ,ବୁଦ୍ଧିଜୀବି ,ପ୍ରଶାସନିକ ଅଧିକାରୀ ,ରାଜନେତା ଙ୍କ ପ୍ରଶଂସା ର ପାତ୍ର ହୋଇଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କବାଟବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ର ଚିକିତ୍ସା ଅଧିକାରୀ ଯୁବ ସମାଜସେବୀ ରୋଟାରୀଆନ ଡ଼ାକ୍ତର ନିହାର ରଞ୍ଜନ କର ।
କରୋନା ଭଳି ମହାମାରୀ ସମୟରେ ମେଡ଼ିକାଲ ସେବା ପାଇବା କଷ୍ଟସାଧ୍ୟ ହେଉଥିବା ବେଳେ କବାଟବନ୍ଧ ଅଂଚଳରେ ତାଙ୍କର ନିରବିଛିନ୍ନ ସେବା ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛି ।
ରୋଗୀ ମାନଙ୍କର ଚିକିତ୍ସା ସହ ଯାଜପୁର ଜିଲ୍ଲା ର ବିଭିନ୍ନ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସହ ଯୋଡି ହୋଇ ସ୍ୱାସ୍ଥ୍ୟ ସଚେତନତା ,ବୃକ୍ଷ ରୋପଣ ,ଗରିବ ପରିବାର କୁ ପୋଷ୍ୟ ଭାବେ ଗ୍ରହଣ ,ଗୁରୁତ୍ୱର ରୋଗୀ ଙ୍କୁ ଉନ୍ନତ ମାନର ଚିକିତ୍ସା ବ୍ୟବସ୍ଥା ,ସମ୍ବାଦ ଦ୍ୱାରା ପରିଚାଳିତ ବିପଦ ର ବନ୍ଧୁ କାର୍ଯ୍ୟକ୍ରମରେ କୋଭିଡ ରୋଗୀ ଙ୍କ ସମସ୍ୟା ସମାଧାନ ,ଗ୍ରାମାଞ୍ଚଳ ର ଯୁବକ ଯୁବତୀ ଙ୍କୁ ସ୍ୱାବଲମ୍ବୀ କରାଇବା ଦିଗରେ ବିଭିନ୍ନ ଯୁଗୋପଯୋଗୀ ପଦକ୍ଷେପ ଗ୍ରହଣ କରୁଛନ୍ତି ।
ଡ଼ା କର ଙ୍କ ନିଃସ୍ୱାର୍ଥପର ସମାଜ ସେବା କୁ ସମ୍ମାନ ଜଣେଇ ସରୋଜିନୀ ସ୍ମୃତି ସଂସଦ ,ସଚେତନ ନାଗରିକ ମଞ୍ଚ ,ଦିନଚର୍ଯ୍ୟା ,ସହୀଦ ଭଗତ ସିଂ ଯୁବକ ସଂଘ ,ଅନ୍ୱେଷଣ ଥିଏଟର ଗ୍ରୁପ ,କବାଟବନ୍ଧ ପଞ୍ଚାୟତ ,ମର୍ଜିତା ପୁର ପଞ୍ଚାୟତ ,ଏଣ୍ଡୋଳବା ପଞ୍ଚାୟତ ପ୍ରଭୁତି ସଙ୍ଗଠନ ବିଗତ ଦିନରେ ସମ୍ବର୍ଦ୍ଧିତ କରିଛନ୍ତି ।
ଏହି କ୍ରମରେ ଯାଜପୁର ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ହେଲପିଙ୍ଗ ହ୍ୟାଣ୍ଡସ ୟୁଥ ମିଶନ ” ର ସଦସ୍ୟ ମାନେ ଡ଼ା କର ଙ୍କ କବାଟବନ୍ଧସ୍ଥ ସରକାରୀ ବାସଭବନ ରେ ପହଁଚି ତାଙ୍କ ସହ ମହାମାରୀ ବିଷୟରେ ବିଭିନ୍ନ ଆଲୋଚନା କରିବା ସହ ପ୍ରଶଂସାପତ୍ର ଓ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।
ଏହି ଅବସରରେ ଡ଼ା କର ଅନୁଷ୍ଠାନ ସହ ଯୋଡି ହୋଇ ସମାଜର ଅବହେଳିତ ବର୍ଗ ଙ୍କର ବିକାଶ କରିବା ସହ ସମାଜ ସଂସ୍କାର ନିମନ୍ତେ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ସଦସ୍ୟ ମାନଙ୍କୁ ପ୍ରତିଶୃତି ଦେଇଥିଲେ ।