ସବଡେଗା ଗାଇବିରା ଚର୍ଚ୍ଚର ଫାଦର ଙ୍କ କୋବିଡ଼ ରେ ମୃତ୍ୟୁ

Spread the love

ରାଉରକେଲା, ୧୪/୫/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ) : ସବଡେଗା ଗ୍ରାମର ଗାଇବିରା ଆର୍ସି ଚର୍ଚ୍ଚର ଫାଦର ଜସେପ ଙ୍କ ଆଜି ସକାଳେ ୭ଟା ୩୦ ରେ ରାଉରକେଲା ଜୟପ୍ରକାଶ କୋବିଡ଼ ହସ୍ପିଟାଲରେ ମୃତ୍ୟୁ ଘଟିଛି ।  ଚର୍ଚ୍ଚ ଫାଦରଙ୍କ ମୃତ୍ୟୁ ଖବର ମିଳିବା ପରେ ଅଞ୍ଚଳର ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ବେଳକୁ ତାଙ୍କର ବୟସ ୬୮ବର୍ଷ ରୁ ଉର୍ଦ୍ଧ ହେବର୍ଜ଼ ସୂଚନା ମିଳିଛି । ଗତ କିଛି ଦିନ ତଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ତାଙ୍କର କୋବିଡ଼ ଟେଷ୍ଟ କରାଯାଇଥିଲା । ଟେଷ୍ଟ ରେପୋର୍ଟ ପୋଜିଟିଭ ହେବାରୁ ସେ ରାଉରକେଲା ସ୍ଥିତ ଜଗଡା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କିଛି ସୁଧାର ନ ଆସିବାରୁ ତାଙ୍କୁ ରାଉରକେଲା କୋବିଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ସକାଳେ ମୃତ୍ୟୁ ଘଟିବାର ସୂଚନା ମିଳିଥିଲା । ତାଙ୍କ ମୃତ କଉ ଲୋକେ ସହଜରେ ଗ୍ରହଣ କରୁ ନ ଥିବା ବେଳେ ତାଙ୍କର କାର୍ଯ୍ୟ ଦକ୍ଷତା ଓ ସମସ୍ତ କର୍ମକର୍ତାଙ୍କ ପ୍ରତି ସ୍ନେହ ଆଚରଣ ଓ ସରଳ ସ୍ୱଭାବରୁ ଜନସାଧରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ତାଙ୍କ ମୃତ୍ୟୁ ରେ ଖ୍ରୀଷ୍ଟିୟାନ ସମ୍ପ୍ରଦାୟ ସହିତ ସମସ୍ତ ବର୍ଗର ଲୋକେ ଦୁଃଖ ପ୍ରକାଶ କରିଛନ୍ତି । ତାଙ୍କର ଆତ୍ମାର ସତଗତି ନିମନ୍ତେ ଚର୍ଚ୍ଚରେ ପ୍ରାଥନା କରାଯାଇଥିବାର ଜଣାପଡିଛି ।

Related Posts

About The Author

Add Comment