ପ୍ରେଟୋଲ ବଦଳରେ ପାଣି ବିକ୍ରି କରୁଛନ୍ତି ପେଟ୍ରୋଲ ଟାଙ୍କି ଗୁଡିକ; ଅଧା ବାଟରୁ ଗାଡି ଗଡେଇ ଗଡେଇ ଚାଳକ ହନ୍ତସନ୍ତ

Spread the love

ଚଣ୍ଡିଖୋଲ, ୨୯/୦୪ (ସନ୍ଧାନ ନିୟୁଜ)ରାଜ୍ୟରେ ତେଲ ଦର ବୃଦ୍ଧି ପରେ ବୃଦ୍ଧି ଘଟୁଛି । ଏପରି ସ୍ଥଳେ ସାଧରଣ ଦୁଇଚକିଆ ଗରିବ ମଧ୍ୟବିତ୍ତଙ୍କ ପାଇଁ ତେଲ ପକାଇ ଗାଡି ଚଲାଇବା ମୁସ୍କିଲ ହୋଇପଡିଥିବା ବେଳେ ବିଭିନ୍ନ ପ୍ରେଟୋଲ ଟଙ୍କାରେ ତେଲରେ ଅପମିଶ୍ରଣ କରାଯାଇ ଗ୍ରାହକଙ୍କୁ ବିକ୍ରି କରାଯାଉଛି । ଯାହା ଫଳରେ ଗାଡି ଚାଳକ ମାନେ ଅସୁବିଧାରେ ପଡୁଥିବା ଦେଖିବାକୁ ମିଳିଛି । କେତେକ ତେଲ ଟାଙ୍କିରେ କିରୋସିନ ତେଲ ମିଶାଯାଉଥିବା ବେଳେ କେଉଁଟି , ଯଥେଷ୍ଟ କମ ତେଲ ଦେଇଛନ୍ତି । ଏପରକି କେତକ ତେଲ ଟାଙ୍କିରୁ ତେଲ ସାହିତ ପାଣି ମିଶାଯାଇ ବିକ୍ର ହେଉଛି । ଏପରି ଏକ ଅଭିଯୋଗ ଆସିଛି ବଡଚଣା ନିକଟସ୍ଥ ଡଲଫିନ୍ ପେଟ୍ରୋଲ ଟାଙ୍କିରୁ । ପ୍ରଥମେ ଜଣେ ପୋଲିସ କର୍ମଚାରୀ ପେଟ୍ରୋଲ ପକାଇ ଅଳ୍ପ ବାଟ ଯିବା ପରେ ଗାଡି ରହିଯାଇଥିଲା । ପରେ ହସେ ଗାଡିକୁ ଗ୍ୟାରେଜରେ ଦେଖାଇବା ପରେ ଟାଙ୍କିରେ ପେଟ୍ରୋଲ ନୁହେଁ ବରଂ ପାଣି ବାହାରିଥିଲା । ଏହା ପରେ ସେହି ଟାଙ୍କିରୁ ତେଲ ପକାଇ ଆସୁଥିବା ଗୋଟିଏ ପରେ ଗୋଟିଏ ଗାଡି ସେଭଳି ଅବସ୍ଥା ହୋଇଥିଲା । ଏବଂ ସମସ୍ତଙ୍କୁ ଟାଙ୍କରୁ ଖୋଲିବା ପରେ ତେଲ ନୁହେଁ ବରଂ ପାଣି ବାହାରିଥିବା ଦେଖାଯାଇଥିଲା । ଏହା ପରେ କେତେକ ସାମ୍ବାଦିକ ମଧ୍ୟ ସେଠାରେ ତେଲ ପକାଇଥିଲେ । ସେମାନଙ୍କ ମଧ୍ୟ ସମାନ ଅବସ୍ଥାରେ ପାଣି ବାହାରିଥିଲା । ଘଟଣା ପରେ ସେଠାରେ ହୋ ହାଲା ହୋଇଥିବାରୁ ସେମାନଙ୍କ କୌଣସି ପକ୍ଷରେ ଟଙ୍କା ଦେଇ ଘଟାକୁ ଚାପିଦେଇଥିବା ନେଇ ସାଧରଣରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଟାଙ୍କି ଗୁଡିକୁ ବ୍ଲକର ଖାଉଟି ବିକ୍ରୟ ଅଧିନରେ ଯାଉଥିବା ବେଳେ ସମ୍ପୁକ୍ତ ବିଭାଗର କେବେବି ଏହାର ତଦାରକ କୁରୁନି । ଫଳରେ ପେଟ୍ରୋଲ ଟାଙ୍କି ଗୁଡିକ ନିଜ ମନ ମୁତାବକ ମିଶ୍ରଣ କରି ଗ୍ରାହକଙ୍କୁ ବିକ୍ରି କରୁଛନ୍ତି । ପୂର୍ବରୁ କିଛିଦିନ ତଳୁ ଏକମ୍ର ପିଲିଙ୍ଗ ଷ୍ଟେସନ ନେଉଳପୁରୁ ଗ୍ରାହକୁ ଯଥେଷ୍ଟ ତେଲ କମ ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ଏପକି ଗାନ୍ଧୀ ଛକ ତେଲ ଟାଙ୍କିରୁ ମଧ୍ୟ ସେପରି ଭାବେର ଗ୍ରହକ୍‌ୁ ତେଲ ଯଥେଷ୍ଟ କମ ଦେଇଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିବା ବେଳେ ନା ଜିଲ୍ଲା ପ୍ରଶାସନ, ନା ଖାଉଟି ବିଭାଗ, ନା ପ୍ରେଟ୍ରୋଲିୟମ ବିଭାର ଏହା ଉପରେ ଦୃଷ୍ଟି ଦେଉଛନ୍ତି । ତୁରନ୍ତ ସମସ୍ତ ପେଟ୍ରୋଲ ଟାଙ୍କି ଗୁଡିକ ଉପରେ ପ୍ରତି ମାସର ବ୍ୟବଧାନରେ ଚଢ଼ାଉ କରାଯାଇ ତନଖି କରିବା ଆବଶ୍ୟକ ବୋଲି ସାଧରଣରେ ଦୃଢ଼ ଦାବି ହେଉଛି ।

Related Posts

About The Author

Add Comment