ସୁନ୍ଦରଗଡ, ୨୩/୪/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ ) ସୁନ୍ଦରଗଡ ଜିଲ୍ଲାର ସରକାରୀ ବସଷ୍ଟାଣ୍ଡ ପାଖରେ ଯାଇଥିବା ପାଣି ପାଇପଲାଇନ ଫାଟି ପାଣି ରାସ୍ତାରେ ବୋହି ସବୁ ରାସ୍ତା ଅବରୋଧ କରିଥିଲା । କିଛି ସ୍ଥାନିଆ ଲୋକ ପାଣି ବନ୍ଧ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସ୍ଥିତି ଅସମ୍ଭାଳ ହୋଇପଡିଥିଲା । ସ୍ଥାନୀୟ ଲୋକେ ଜିଲ୍ଲା ପି.ଏଚ.ଡି ବିଭାଗଙ୍କୁ ଜଣାଇଥିଲେ । ଜିଲ୍ଲା କତ୍ତୃପକ୍ଷ ଆସି କାର୍ଯ୍ୟ ଅନୁଧ୍ୟାନ କରିବା ସହିତ ମରାମତିର ଜିନିଷପତ୍ର ବ୍ୟବସ୍ଥା କରିଥିଲେ । ଯାନବାହନ ଯାତାୟତ କମିବା ପରେ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା । ଜେସିବି ମେସିନ ଯୋଗେ ରାସ୍ତା ଖୋଲାହୋଇ,ସ୍ଥାନ ପରିସ୍କାର କରାଯାଇ ମରାମତି କାମ ଶେଷ କରାଯାଇ ଥିଲା।କତ୍ତୃପକ୍ଷଙ୍କ ତତ୍ୱବାଧାନରେ ଭବିଷ୍ୟତରେ ଯେମିତି ରାସ୍ତା ଉପରେ ପାଣି ପାଇପ ଫାଟିବ ନାହିଁ ତାର ଧ୍ୟାନ ରଖା ଯାଇଥିଲା । ଅତି କମ ସମୟରେ ଓ କୋଭିଡ଼ ମହାମାରୀ ସମୟରେ ଲୋକଙ୍କ ପାଇଁ ତତ୍ପରତା ର ସହ କାମ ତୁଲାଇଥିବାରୁ ଜନସାଧରଣ କତ୍ତୃପକ୍ଷ ଙ୍କୁ ଧନ୍ୟବାଦ ଜଣାଇଥିଲେ ।
କରୋନାରେ ସୁନ୍ଦରଗଡ ଜିଲ୍ଲା ପି.ଏଚ.ଡି କତ୍ତୃପକ୍ଷଙ୍କ କାର୍ଯ୍ୟରେ ତତ୍ପରତା
|
April 24, 2021 |


