ଦୁର୍ନିତିରେ ଉବୁଟୁବୁ ହେଉଛି ବଡ଼ଚଣା ସି.ଡ଼ି.ପି.ଓଙ୍କ କାର୍ଯ୍ୟାଳୟ: ନିମ୍ନ ମାନର ଛତୁଆ ଯୋଗାଣରେ ମୁଖ୍ୟ ଖଳନାୟିକା କିଏ?

Spread the love

ଚଣ୍ଡିଖୋଲ, ୨୧/୪ (ସନ୍ଧାନ ନିୟୁଜ)-ବଡ଼ଚଣା ବ୍ଲକ୍‌ର ସମନ୍ୱୀତ ଶିଶୁ ବିଭାଗ ଅଧିକାରୀଙ୍କ ମନମୁଖି କାର୍ଯ୍ୟ ସହିତ ବ୍ୟାପକ ଧରରଣର ଦୁର୍ନିତୀ ମଧ୍ୟରେ ଗତି କରୁଛି ବୋଲି ସାଧାରଣରେ ଅଭିଯୋଗ ହେଉଅଛି । ସମନ୍ୱୀତ ଶିଶୁ ବିକାଶ ଅଧିକାରୀ ବଡ଼ଚଣା ବ୍ଳକ୍‌ରେ ସମସ୍ତ ଗ୍ରାମମାନଙ୍କରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରକୁ ଖାଦ୍ୟ ଯୋଗାଇଥାନ୍ତି । ଯେଉଁମାନେ ଏହି ଖାଦ୍ୟ ଯୋଗାଇଥାନ୍ତି ତାହା ଅତ୍ୟନ୍ତ ନିମ୍ନମାନର । ଛତୁଆ ଖାଦ୍ୟରେ ଯେଉଁଭଳି ଭାବରେ ମିଶ୍ରଣ କରାଯାଉଛି ଏନେଇ ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି । ଏହି ଖାଦ୍ୟକୁ ଛୋଟ ପିଲାମାନେ ଖାଇଥାନ୍ତି । ଏବଂ ଗର୍ଭବିିତ ମହିଳାମାନଙ୍କୁ ମଧ୍ୟ ଦିଆଯାଇଥାଏ । କେଉଁ ମୁହୃର୍ତ୍ତରେ ପିଲାର ଜୀବନ କ୍ଷତି ଘଟିବ ତାହା ମଧ୍ୟ ସନ୍ଦେହ ଜନକ । ସେହିପରି ଅଣ୍ଡା, ଚାଉଳ, ବାଦାମଲଡ଼ୁ ଦିଆଯାଇଥାଏ । ଏହି ଖାଦ୍ୟ ପଦାର୍ଥକୁ ଛୋଟ ପିଲା ଓ ଗର୍ଭବତି ମହିଳାମାନଙ୍କୁ ଦିଆଯାଇଥାଏ । ପ୍ରକାଶ ଥାଉକି ଚାଉଳ ଓଜନ ମଧ୍ୟ ଠିକ୍ ନୁହେଁ । ସେ ଚାଉଳ ଓ ଅଣ୍ଡା ମଧ୍ୟ ନିମ୍ନମାନର ଅଟେ । ବାଦାମ ଲଡ଼ୁ ମଧ୍ୟ ବହୁ ଦିନର ତିଆରି ଏବଂ ଦେଖିଲା ଭଳି ନୁହେଁ ତାହା ଖାଇବା ତ ଦୁରର କଥା । ଯେଉଁ ସଂସ୍ଥାମାନେ ଏହି ସାମଗ୍ରୀକୁ ଯୋଗାଇଥାନ୍ତି ସେ ସଂସ୍ଥାମାନଙ୍କ ସହିତ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ରହିଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି । ଏଭଳି ଖାଦ୍ୟ ସାମଗ୍ରୀକୁ ଗର୍ଭବତୀ ମହିଳାମାନଙ୍କୁ ଯୋଗାଇବା ଦ୍ୱାରା କେବଳ ନିଜକୁ ଅଧିକ ଅର୍ଥ ସଂଗ୍ରହ କରି ପିଲାମାନଙ୍କୁ ଓ ମହିଳାମାନଙ୍କୁ ଭୁଆଁ ବୁଲାଯାଉଛି । ସି.ଡ଼ି.ପି.ଓ ସୁପରଭାଇଜରଙ୍କ ମିଳିତ ସହଯୋଗରେ ଅଙ୍ଗନବାଡ଼ି କେନ୍ଦ୍ରକୁଡ଼ିକରେ ବିଭିନ୍ନ ଦୁର୍ନିତି ମଧ୍ୟ ଦେଖାଦେଇଛି । ପ୍ରକାଶ ଥାଉକି ବଡ଼ଚଣା ବ୍ଲକ୍ ମଧ୍ୟରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଅପ ମିଶ୍ରଣର ଖାଦ୍ୟ ଯୋଗାଇ ଲକ୍ଷ ଲକ୍ଷ ଅର୍ଥ ରାଶି ହଡ଼ପ କରି ଚାଲିଛନ୍ତି ବୋଲି ସାଧାରଣରେ ଅଭିଯୋଗ ହୋଇଛି । ଏହାର ନିରପେକ୍ଷ ତଦନ୍ତ ପାଇଁ ଯାଜପୁର ଜିଲାପାଳଙ୍କ ନିକଟରେ ଏ ଅଂଚଳର ଜନସାଧାରଣମାନେ ଦୃଢ ଦାବୀ କରିଛନ୍ତି ।

Report- Prasanta Samal

Related Posts

About The Author

Add Comment