ପିତାଙ୍କ ସ୍ମୁତିରେ ଅସହାୟ ଲୋକମାନଙ୍କୁ ଛତା ମାକ୍ସ ସାନିଟାରୀ ଦହିପାଣି ଓ ତରଭୁଜ ବଣ୍ଟନସହ କରୋନା ସଚେତନତା

Spread the love
ସୁକିନ୍ଦା/୨୨/୦୪/ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ) ବାପା ମା ଆମ ପାଇଁ ସାକ୍ଷାତ ଈଶ୍ୱର। ସେମାନଙ୍କ ଅବଦାନ ଆମ ଜୀବନ କାଟୁଛନ୍ତି ପାଇଁ ଅତୁଳନୀୟ। ଶନ୍ତାନ ଟି ଜନ୍ମ ହେବା ପରେ ଭବିଷ୍ୟତ ରେ ଯାହାବି ସଫଳତା ପାଏ ତାହା କେବେଳ ବାପା ମା ଙ୍କ ଆଶୀର୍ବାଦ ର ପ୍ରତିଫଳନ।
ସେଥିପାଇଁ ସେମାନଙ୍କ ଆଦର ସମ୍ମାନ ଓ ସେବା ଆମ ପ୍ରଥମ କର୍ତ୍ତବ୍ୟ।
କିନ୍ତୁ ଆଜିର ସମାଜ ରେ ଅନେକ ବ୍ୟତିକ୍ରମ ଦେଖିବାକୁ ମିଳିଛି ଓ ବୁଦ୍ଧଶ୍ରମ ର ଆବଶ୍ୟକତା ମଧ୍ୟ ଆସିଲାଣି।
ଏସବୁକୁ ଆଖିରେ ରଖି ସମାଜ ରେ ପଥ ଭ୍ରଷ୍ଟ ଶନ୍ତାନ ମାନଙ୍କ ସଚେତନତା ପାଇଁ ଆରମ୍ଭ ହୋଇଛି ପ୍ରୟାସ।
ସଚେତନ ନାଗରିକ ମଂଚ ର ଉପଦେଷ୍ଟା ସ୍ବର୍ଗତ ଗଣପତି ସାହୁ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିଲା ଜଳଛତ୍ର । ସବୁଠୁ ବଡ଼ କଥା ହେଲା ତାଙ୍କ ପୁଅ ଓ ଝିଅ ଏଥିରେ ସାମିଲ ରହି ବାଟୋଇ ମ୍ଅ ମାନଙ୍କୁ ମିଠାଜଳ ବାଣ୍ଟୁଥିଲେ।
ବାପା ଙ୍କୁ ସ୍ମୃତିରେ ଏହି ମହାନ ଲେଖକ କାର୍ଯ୍ୟ ଅନେକ ଙ୍କ ହୃଦୟ ଜିଣି ଥିଲା। ଏହା ପରେ କବାଟବନ୍ଧ ର ପ୍ରଥମ ଔଷଧ  ବ୍ୟବସାୟୀ ଉଦ୍ଧବ ଚରଣ ମହାନ୍ତି ଙ୍କ ସ୍ମୃତିରେ ଆଉ ଏକ ଜଳଛତ୍ର ପଣା ସଂକ୍ରାନ୍ତି ରେ ଉଦ୍ଘାଟନ ହୋଇଥିଲା।
ଏହି ଖବର ସୁଦୁର ପ୍ରସାରି ହେବା ସହିତ ଅନେକ ବୁଦ୍ଧିଜୀବୀ ଏହାକୁ ଏକ ନୂଆ ପରମ୍ପରା ମଧ୍ୟ ମତ ରଖିଥିଲେ।
ଏହାର ର ରୂପାୟନ ଦେଖିବାକୁ ମିଳିଥିଲା ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ହାତିବାରୀ ଗ୍ରାମ ରେ।  ନିଜବାପା ଙ୍କ ଅଶୀର୍ଵାଦ ତାଙ୍କ ଜୀବନ ର ସଫଳତା କୁ ଅନୁଭବ  କରି ସଚିଦା ନନ୍ଦ ଦଳେଇ ସଚେତନ ନାଗରିକ ମଂଚ ପରାମର୍ଶ ରେ ଆରମ୍ଭ କରିଥିଲେ ଜଳଛତ୍ର। କେବଳ ସେତିକି ନୁହେଁ ବାପା ସ୍ବର୍ଗତ ଶ୍ରୀଧର ଦଳାଇ ଙ୍କ ସ୍ମୃତିରେ ପ୍ରାୟ ୮୦ ଜଣ ନିରାଶ୍ରୟ ମାନଙ୍କୁ ଛତା, ମାସ୍କ ଓ ସାନିଟାଇଜର ସହ ମିଠା ଦହି ପାଣି ମଧ୍ୟ ବିତରଣ କଲେ। ଏଥିରେ ସ୍ବର୍ଗତ ଦଳାଇଙ୍କ  ପତ୍ନୀ ରେବତୀ ଦଳାଇ ପୁତ୍ର ସଚ୍ଚିଦାନନ୍ଦ ଦଳାଇ, ଦେବା ନନ୍ଦ ଦଳାଇ,ସଚେତନ ନାଗରିକ ମଞ୍ଚର ଆବାହକ ଶ୍ରୀ ସରୋଜ କାନ୍ତ ବେହେରା, ଉପଦେଷ୍ଟା ଶ୍ରୀ ପଙ୍କଜ କୁମାର ମଲ୍ଲ, କୁଳମଣି ଦାସ, ଶ୍ରୀଧର ମୁଦୁଲି, କୁଳମଣି ପରିଡ଼ା ,ରାଧାସ୍ୟାମ ଦଳାଇ,ଉପସ୍ଥିତ ଥିଲେ ଶ୍ରୀ ଶରତ ଚନ୍ଦ୍ର ପାତ୍ର ଦୀପ ପଜ୍ଜଳନ କରି କାର୍ଯ୍ୟକ୍ରମକୁ ଆରମ୍ବ କରିଥିଲେ ।କଥାରେ ଅଛି ପିତା ଥିଲେ ପୁତ୍ର ସଭାରେ ହରେନି। କିନ୍ତୁ ଏହି ନିଆରା କାର୍ଯ୍ୟକ୍ରମ ପିତା ନରଭୁଇଁ ରୁ ତରିଗଲାପରେ ତାଙ୍କ ସମ୍ମାନ ଓ ସ୍ମୃତି ପାଇଁ ଏମିତି ପ୍ରୟାସ ଏକ ବଡ଼ ଶ୍ରଦ୍ଧାଞ୍ଜଳୀ ମନେ ହୁଏ।
ସଚେତନ ନାଗରିକ ମଂଚ ର ଏହି ପ୍ରୟାସ ଏନେକ ଦିବଙ୍ଗତ ପିତା ଙ୍କ ପାଇଁ ସମ୍ମାନ ଆଣିବା ସହ ସମାଜ ରେ ପିତା ପୁତ୍ର ସମର୍କ କୁ ଆହୁରି ପବିତ୍ର କରିବ ବୋଲି ଆଶା ରଖାଯାଇଛି। ସଚେତନ ନାଗରିକ ମଞ୍ଚର ଆବାହକ ଶ୍ରୀ ସରୋଜ କାନ୍ତ ବେହେରାଙ୍କ ଦ୍ଵାରା ଉପସ୍ଥିତ ଥିବା ବୃଦ୍ଧ ବୃଦ୍ଧା ମାନଙ୍କୁ କରୋନା ସଚେତନତା କରାଇବା ସହ କିପରି ଏ ମହାମାରୀ କବଳରୁ ବର୍ତ୍ତିବା ସେଥିଲାଗି ସଚେତନ କରାଇଥିଲେ ।

Related Posts

About The Author

Add Comment