ବରଗଡ, 14/04 (ସନ୍ଧାନ ନିଉଜ): ହାତୀ ଅକ୍ରମଣରେ ଯୁବକଙ୍କ ମୃତ୍ୟୁ । ବରଗଡ ପଦ୍ମପୁର ଉପଖଣ୍ତ ଖଲିଆମୁଣ୍ତା ଗାଁରେ ହାତ୍ରୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଗାଁର ଲାଦୁ ବଢେଇ ମହୁଲ ସଂଗ୍ରହ କରିବାପାଇ ଯାଇଥିବା ବେଳେ ବଣୁଆ ହାତୀ ହାବୁଡରେ ପଡିଥିଲେ । ପରେ ଯୁବକକୁ ହାତୀ ଦଳି ଦେଇଥିବାରୁ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଛି । ଘେସ ବନ ବିଭାଗ ଓ ମେଲଛାମୁଣ୍ତା ପୋଲିସ ଖବର ପାଇ ଘଟଣା ସ୍ଥଳକୁ ମୃତ ଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଅନ୍ୟପଟେ ବନ ବିଭାଗ ପକ୍ଷରୁ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ସହାୟତ ରାଶି ପ୍ରଦାନ କରାଯାଇଛି ।
Related Posts
ପାକିସ୍ତାନୀ ଟିମ ଯେତେବେଳେ ପଡ଼ିଆରେ ନମାଜ ପଢୁଛି, ଆଇସିସି କାହିଁକି ଆପତ୍ତି କରୁ ନାହିଁ
ଚାଷୀ ସଂଗଠନର କୃଷି ଆଇନ ପ୍ରତ୍ୟାହାର ଦାବିରେ ଭାରତ ବନ୍ଦ ବାଲିଗୁଡାରେ ସଫଳ
ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି : ଜନସମ୍ପର୍କ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ



