ଜେନାପୁର/୦୪/୦୪/ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ)ଯାଜପୁର ଜିଲ୍ଲା ସଚେତନତା ନାଗରିକ ମଞ୍ଚର ବରିଷ୍ଠ ଉପଦେଷ୍ଟା ତଥା ପଞ୍ଚାୟତ ହାଇସ୍କୁଲ ରେଖିଦେଇପୁରରୁ ଅବସର ଗ୍ରହଣ କରି ନିଜକୁ ସମାଜସେବାରେ ନିୟୋଜିତ କରିଥିବା ସ୍ଥାନୀୟ ରାଇଛନ୍ଦା ଗ୍ରାମର ସାମ୍ବାଦିକ ସୁବ୍ରତ କୁମାର ସାହୁଙ୍କ ପିତା ସ୍ବର୍ଗତ ଗଣପତି ସାହୁଙ୍କ ସ୍ମୃତି ଉଦେଶ୍ୟରେ ସ୍ଥାନୀୟ ସଚେତନ ନାଗରିକ ମଞ୍ଚ ପକ୍ଷରୁ ରବିବାର ଦିନ ବ୍ରାହ୍ମଣୀ ବ୍ରିଜ ବଜାର ନିକଟରେ ଜଳ ଛତ୍ର ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ବର୍ଗତ ସାହୁଙ୍କ ପୁତ୍ର ସାମ୍ବାଦିକ ସୁବ୍ରତ ସାହୁ, ସମ୍ବାଦର ସାମ୍ବାଦିକ ପରମାନନ୍ଦ ସାହୁଙ୍କ ସମେତ ମଞ୍ଚ ପକ୍ଷରୁ ଆବାହକ ସରୋଜ କାନ୍ତ ବେହେରା, ବରିଷ୍ଠ ଉପଦେଷ୍ଟା ପଙ୍କଜ କୁମାର ମଲ୍ଲ, ସଭ୍ୟ ସୋମ୍ୟରଞ୍ଜନ ସାହୁ,ସନ୍ତୋଷ ରାଉତ, ଅବିନାଶ ସାହୁ, ସନ୍ତୋଷ ସାହୁ,ବିଜୟ କୁମାର ସାହୁ,ମନୋରଞ୍ଜନ ପାତ୍ର, ରୁଦ୍ର ସାହୁ,ଚିକୁନ ସାହୁ,ରାହୁଲ ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।