ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିବା ଘଟଣା: ୩ ବିଜେପି ବିଧାୟକ ସସ୍‌ପେଣ୍ଡ୍

Spread the love

ଭୁବନେଶ୍ୱର, ୦୩/୦୪/୨୧ (ସନ୍ଧାନ ନିଉଜ) : ବିଧାନସଭାରେ ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବାଚସ୍ପତି। ଚପଲ ଫିଙ୍ଗିବା ଘଟଣାରେ ନିଲମ୍ବିତ ହୋଇଛନ୍ତି ତିନି ଜଣ ବିଜେପି ବିଧାୟକ। ବିଜେପିର ତିନି ଜଣ ବରିଷ୍ଠ ବିଧାୟକ, ବିରୋଧୀ ଦଳ ଉପ ନେତା ବିଷ୍ଣୁ ସେଠୀ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏବଂ ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ଚଳିତ ଅଧିବେଶନ ପାଇଁ ସସ୍‌ପେଣ୍ଡ କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଆଜି ମଧ୍ୟାହ୍ନରେ ଗୃହରେ ସଂଶୋଧିତ ଲୋକାୟୁକ୍ତ ବିଲ୍ ପାରିତ ପରେ ବିଜେପି ବିଧାୟକ ବାଚସ୍ପତିଙ୍କ ଉପରକୁ ଇୟର ଫୋନ୍, ଡଷ୍ଟବିନ୍ ସହ ଚପଲ ଫିଙ୍ଗିଥିଲେ। ଏହାକୁ ନେଇ ତିନି ବିଧାୟକଙ୍କୁ ନିଲମ୍ବିତ କରିବା ଲାଗି ଗୃହରେ ପ୍ରସ୍ତାବ ଆଣିଥିଲେ ପ୍ରମିଳା ମଲ୍ଲିକ। ଅପରାହ୍ଣ ଅଧିବେଶନରେ ଭିଡିଓ କ୍ଲିପିଂ ଅନୁଧ୍ୟାନ କରିବା ପରେ ୩ ବିଜେପି ବିଧାୟକଙ୍କୁ ନିଲମ୍ବିତ କରିବା ସହ ଗୃହ ଛାଡ଼ି ଚାଲିଯିବାକୁ ରୁଲିଂ ଦେଇଥିଲେ ବାଚସ୍ପତି। ବିଜେପିର ୩ ବିଧାୟକଙ୍କୁ ସସପେଣ୍ଡ କରାଯିବା ପରେ ସମସ୍ତ ବିଜେପି ବିଧାୟକ କକ୍ଷ ତ୍ୟାଗ କରି ଚାଲି ଯାଇଥିଲେ।

Related Posts

About The Author

Add Comment