ଦେଶରେ ୧୩, ୯୯୩ ନୂଆ କରୋନା ସଂକ୍ରମିତ ଚିହ୍ନଟ – ୧୦୧ ମୃତ୍ୟୁ

Spread the love

ନୂଆଦିଲ୍ଲୀ,  ୨୦/୦୨ (ସନ୍ଧାନ ନିଉଜ) ଶନିବାର ଦିନ ଦେଶରେ ଦେଶରେ ୧୩, ୯୯୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧, ୦୯, ୭୭, ୩୮୭ କୁ ବୃଦ୍ଧି ପାଇଛି ଏବଂ ୧, ୦୬, ୭୮, ୦୪୮ ଲୋକ ସୁସ୍ଥ ହୋଇଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସକାଳ ୮ ଟାରେ ଅପଡେଟ୍ ହୋଇଥିବା ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୩, ୯୯୩ ଟି ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ଏହି ସଂକ୍ରମଣ ହେତୁ ୧୦୧ ଜଣଙ୍କର ମୃତ୍ୟୁ ଘଟିଛି।

ଦେଶରେ ୨୨ ଦିନ ପରେ ପ୍ରାୟ ୧୪, ୦୦୦ ସଂକ୍ରମଣ ମାମଲା ଆସିଛି। ଏହାପୂର୍ବରୁ, ଜାନୁଆରୀ ୨୯ ରେ ୧୮, ୮୫୫ ମାମଲା ହୋଇଥିଲା।

ସଂକ୍ରମଣ ପରେ ଏପର୍ଯ୍ୟନ୍ତ ୧, ୦୬, ୭୮, ୦୪୮ ଲୋକ ସୁସ୍ଥ ହୋଇଥିବା ବେଳେ ଜାତୀୟ ଆରୋଗ୍ୟ ହାର ୯୭.୨୭ ପ୍ରତିଶତ ଏବଂ ମୃତ୍ୟୁ ହାର ୧.୪୨ ପ୍ରତିଶତ ରହିଛି। ଚିକିତ୍ସିତ ରୋଗୀଙ୍କ ସଂଖ୍ୟା ୧.୫ ଲକ୍ଷରୁ କମ୍ ଅଟେ।

ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଦେଶରେ ୧, ୪୩, ୧୨୭ ଜଣ ଚିକିତ୍ସିତ ହେଉଛନ୍ତି, ଯାହା ମୋଟ ମାମଲାର ୧.୨୭ ପ୍ରତିଶତ ଅଟେ।

Related Posts

About The Author

Add Comment