କନ୍ଧମାଳ ଟିମ ହ୍ୟୁମାନିଟି ତରଫରୁ ଶ୍ରଦ୍ଧାଞ୍ଜଳି   କାର୍ଯ୍ୟକ୍ରମ ସହ ରକ୍ତଦାନ  ଶିବିରର ଆୟୋଜନ 

Spread the love

କନ୍ଧମାଳ,14/02.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): 2019 ମସିହା ଫେବୃଆରୀ ମାସ 14 ତାରିଖ ଦିନ ଜlମ୍ମୁ ଓ କାଶ୍ମୀରର ପୁଲୱାମା ଠାରେ ଆତଙ୍କବାଦୀ ମାନଙ୍କର ଆତ୍ମଘାତି ବିସ୍ପୋରଣ ରେ ସହିଦ ହୋଇଥିବା 40 ଜଣ CRPF ଯବାନ ମାନଙ୍କର ଅମର ଆତ୍ମା ର ସଦଗତି ଏବଂ ଦେଶ ପାଇଁ ସେମାନେ ଦେଇଥିବା ଵଳିଦାନ କୁ ସମ୍ମାନ ଜଣାଇ ଟିମ ହ୍ୟୁମାନିଟି କନ୍ଧମାଳ ତରଫରୁ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ  ସମେତ ଏକ ରକ୍ତଦାନ ଶିବିର ର ଆୟୋଜନ କରାଯାଇଥିଲା l  ଟିମ ହ୍ୟୁମାନିଟି କନ୍ଧମାଳ ର ଆବାହକ ଭି. ଲୋକନାଥ ରାଜୁ ଙ୍କ ନେତୃତ୍ୱରେ ଫୁଲବାଣୀ ମାଦିକୁନ୍ଦା ଛକ ଠାରେ ଟିମର ସଦସ୍ୟ ଓ ସଦସ୍ୟା ମାନେ ଏକତ୍ରିତ ହୋଇଥିଲେ l ସେଠାରେ ପୁଲୱାମା ସହିଦ ଯବାନ ଙ୍କ ତୈଳ ଚିତ୍ର ଥିବା ଏକ ବ୍ୟାନର ନେଇ ଟିମ ର ସଦସ୍ୟ ଓ ସଦସ୍ୟା ମାନେ ସହିଦ ଯବାନ ଅମର ରହେ ଓ ଜୟ ଯବାନ ନାରା ଦେଇ ସମଗ୍ର ସହର ପରିକ୍ରମା କରି ଏକ ଶୋଭା ଯାତ୍ରାରେ ସ୍ଥାନୀୟ ରକ୍ତ ଭଣ୍ଡାର ରେ ପହଞ୍ଚିଥିଲେ l ସେଠାରେ ଆୟୋଜିତ ସ୍ଵେଛାକୃତ ରକ୍ତଦାନ ଶିବିରକୁ ଫୁଲବାଣୀ ଉପଖଣ୍ଡ ପୋଲିସ ଅଧିକାରୀ ମହେନ୍ଦ୍ରନାଥ ମୁର୍ମୁ ଉଦଘାଟନ କରିଥିଲେ ଏହି ଅବସରରେ ତାଙ୍କ ସହିତ ଜିଲ୍ଲା ଅପାତକାଳୀନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ, ଆଇନଜୀବି  ବିଜୟ କୃଷ୍ଣ ପଟ୍ଟନାୟକ, ଟିମ ଉପଦେଷ୍ଟା ରମେଶ ଚନ୍ଦ୍ର ମହାନ୍ତି, ଅଶୋକ କୁମାର ମହାନ୍ତି ଓ ପ୍ରଶାନ୍ତ କୁମାର ବେହେରା ପୁଲବାଣୀ ଆଦର୍ଶ ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ ପ୍ରମୁଖ ଉପସ୍ଥିତି ଥିଲେ l ଶିବିରରେ ରକ୍ତ ସଂଗ୍ରହ କାର୍ଯ୍ୟ ରକ୍ତ ଭଣ୍ତାର କର୍ମଚାରୀ ଶରତ ଚନ୍ଦ୍ର ଭଟ, ଦିନ କୃଷ୍ଣ ମହନ୍ତ, ସୁଜିତ କୁମାର ସାହୁ, ଲଷ୍ମୀଧର ମଣ୍ଡଳ, ତୁଷାର କାନ୍ତ ପ୍ରଧାନ, ବରୁଣ ବେହେରା ଓ ସଂଯୁକ୍ତା ଦଳଛତ୍ର ପ୍ରମୁଖ ସମ୍ପାଦନ କରିଥିଲେ l ଏହି ଶିବିରରେ ମୋଟ 151 ୟୁନିଟ ରକ୍ତ ସଂଗୃହିତ ହୋଇଥିଲା l  ଶିବିରରେ 108 ଆମ୍ବୁଲାନ୍ସ ର ଜିଲ୍ଲା ପରିଚାଳକ ସୁନୀଲ କୁମାର ମିଶ୍ର ଓ କର୍ମଚାରୀ, ଫୁଲବାଣୀ ITI, ର ଛାତ୍ର,କନ୍ଧମାଳ କନେଷ୍ଟବଳ ଓ ହାବିଲଦାର ସଂଘର ସୁନୀଲ କୁମାର ପରିଡା ଏବଂ କର୍ମଚାରୀ ତଥା  ଫୁଲବାଣୀ ର ସମସ୍ତ ଗଣମାଧ୍ୟମ ର ପ୍ରତିନିଧି ଓ ସ୍ଵେଛାସେବୀ ସୁକାନ୍ତ ବେହେରା, , ଉମେଶ ପ୍ରସାଦ ପାତ୍ର, ମନୋଜ କୁମାର ଚୌଧୁରୀ ଏବଂ ଟିମ ହ୍ୟୁମାନିଟି କନ୍ଧମାଳ ର ସମସ୍ତ ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ରହି ଏହି ରକ୍ତ ସଂଗ୍ରହ କାର୍ଯ୍ୟରେ ସହଯୋଗ କରିଥିଲେ l

Related Posts

About The Author

Add Comment