ନୂଆପଡାରେ ପୁଣି ବାଘ ଆତଙ୍କ ; ଜଙ୍ଗଲରେ ମହିଳାଙ୍କୁ ମାରି ଖାଇଗଲା ବାଘ

Spread the love

ନୂଆପଡା, 12.02.2021 (ସନ୍ଧାନ ନିଉଜ୍):- ନୂଆପଡାରେ ପୁଣି ବାଘ ଆତଙ୍କ। ଜଙ୍ଗଲ ଯାଇଥିବା ୪୭ ବର୍ଷୀୟ ମହିଳାଙ୍କୁ ମାରି ଖାଇଗଲା ବାଘ। ମୃତକ ହେଲେ ନୂଆପଡା ରେଞ୍ଜ ଭରୁଆମୁଣ୍ଡା ପଞ୍ଚାୟତ ଛୋଟ ଲୋଡ୍ରା ଗାଁର ଭାନୋବାଇ ମାଝୀ । ସକାଳୁ କାଜୁ ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇଥିଲେ। କିନ୍ତୁ ଆଉ ଫେରି ନଥିଲେ। ପରେ କିଛି ଗାଁ ଲୋକଙ୍କ ସହ ପରିବାର ଲୋକେ ଖୋଜାଖୋଜି ବେଳେ ବାଘ ଖାଇଥିବା ମହିଳାଙ୍କ ଶରୀରର କିଛି ଅଂଶ ପଡିଥିବା ଦୂରରୁ ଦେଖିଥିଲେ। ବାଘରଡି ଶୁଣି କିଛି ଲୋକ ଗାଁକୁ ଦୌଡି ପଳେଇ ଆସିଥିଲେ କିନ୍ତୁ ତିନିଜଣ ଆସିନପାରି ଗଛ ଉପରକୁ ଚଢି ଯାଇଥିଲେ । ପରେ ଗାଁରୁ ଅଧିକ ଲୋକ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିବା ଭରୁଆମୁଣ୍ଡା ସରପଞ୍ଚଙ୍କ ଠାରୁ ସୂଚନା ମିଳିଛି । ପୂର୍ବରୁ ୨୦୧୭ରେ ସ୍ଥାନୀୟ ହଳଦି ଗାଁର ୪ ବର୍ଷର ଶିଶୁ ଛଗନକୁ ବାଘ ଖାଇବା ପରେ ପିଞ୍ଜରା ଲଗାଇ ଦୁଇଟି ବାଘକୁ କାବୁ କରି ନନ୍ଦନକାନନ ପଠା ଯାଇଥିଲା । ଚଳିତ ବର୍ଷ ପୁଣି ତିନୋଟି ବାଘ ବିଭିନ୍ନ ଅଞ୍ଚଳରେ ବୁଲୁଥିବା ଦେଖି ଲୋକେ ବନ ବିଭାଗକୁ ଜଣାଇବା ପରେ ବନ ବିଭାଗ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରୁଛି। ତଥାପି ଜଙ୍ଗଲ ଭିତର ତଥା ଜଙ୍ଗଲ ତଳି ଅଞ୍ଚଳ ଲୋକେ ବାଘ କବଳରୁ ବଞ୍ଚି ପାରୁ ନାହାନ୍ତି। ରାତି ହୋଇ ଯାଇଥିବାରୁ ଜଙ୍ଗଲ ଭିତରକୁ ତଥା ଘଟଣା ସ୍ଥଳକୁ ପହଞ୍ଚି ପାରି ନଥିବା ବେଳେ ଆସନ୍ତା କାଲି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରାଯିବ ବୋଲି ବନ ବିଭାଗ ସୂଚନା ଦେଇଛି ।

Related Posts

About The Author

Add Comment