ମୋରଡ଼ା , 05.02.2021(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ଅବକାରୀ ବିଭାଗର ଅତର୍କିତ ଚଢାଉ । ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ଦେଶୀ ମଦ ସହ ଗୋଟିଏ ବାଇକ ଓ ସାଇକେଲ୍ ଜବତ କରିଛି । ଘଟଣାରେ ୩ଜଣଙ୍କୁ ମଧ୍ୟ ଗିରଫ କରିଛି ଅବକାରୀ ବିଭାଗ । ଖବର ଅନୁଯାୟୀ, ଅଞ୍ଚଳରେ ଦେଶୀ ମଦର କାରବାର ବଢିଚାଲିଥିଲା । ଯାହାକୁ ନେଇ ଅବକାରୀ ବିଭାଗ ପକ୍ଷରୁ ଚେକିଂ ଓ ପାଟ୍ରୋଲିଂକୁ ଜୋରାଦାର କରାଯାଇଛି । ତେବେ ଅବକାରୀ ବିଭାଗର ପାଟ୍ରୋଲିଂ ସମୟରେ ଖୁରୁଣ୍ଟିଆ ଗାଁର ରବିନ୍ଦ୍ର ବେହେରା ୨୩ ଲିଟର ମଦ ନେଇ ଯାଉଥିବା ବେଳେ ଧରାପଡିଥିଲେ । ସେହିପରି ଭାଲୁକଚୁଆ ଗାଁର ସୁନାରାମ ମୁର୍ମୁଙ୍କ ନିକଟରୁ ୨୪ଲିଟର ଦେଶୀ ମଦ ଜବତ ହୋଇଛି । ସୁନାରମା ଏକ ବାଇକ୍ ଯୋଗେ ନେଉଥିବା ବେଳେ ବରକନ୍ଦ ଠାରେ ଧରିଥିଲା ଅବକାରୀ ବିଭାଗ । ଅନ୍ୟପଟେ ଭାଲୁକଚୁଆ ଗାଁର ଳକ୍ଷ୍ମୀ ମୁର୍ମୁଙ୍କୁ ଗିରଫ କରିଛି । ଲକ୍ଷ୍ମୀ ଏକ ଝୁଲା ବ୍ୟାଗରେ ମଦ ଭର୍ତ୍ତି କରି ବାଇକ ଯୋଗେ ଯାଉଥିବା ବେଳେ କାବୁ କରିଛି ଅବକାରୀ ବିଭାଗ । ତାଙ୍କ ନିକଟରୁ ୧୫ଲିଟର ଦେଶୀ ମଦ ଜବତ ହୋଇଛି । ଗୋଟିଏ ଦିନରେ ୩ଜଣଙ୍କୁ ଗିରଫ କରିବା ସହ ୬୦ଲିଟରୁ ଅଧିକ ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ । ଏହାସହିତ ଘଟଣାରେ ସାଇକେଲ ଓ ବାଇକ୍ ମଧ୍ୟ ଜବତ ହୋଇଛି ।
ଅବକାରୀ ବିଭାଗର ଅତର୍କିତ ଚଢାଉ ବିପୁଳ ପରିମାଣର ଦେଶୀ ମଦ ସହ ଗୋଟିଏ ବାଇକ ଓ ସାଇକେଲ୍ ଜବତ
|
February 5, 2021 |



