ଏବେ ଏଲଆଇସିରେ ସରକାରଙ୍କର ଶତ ପ୍ରତିଶତ ଭାଗିଦାରୀ

Spread the love

ବାରିପଦା, ୦୩.୦୨.୨୦୨୧ (ସନ୍ଧାନ ନିଉଜ୍):- ନରେନ୍ଦ୍ରମୋଦିଙ୍କ ସରକାର ସାର୍ବଜନିକ ଉପକ୍ରମ ଓ ଆର୍ଥିକ ସଂସ୍ଥାନରୁ ସରକାରଙ୍କ ଅଂଶଧନ ବିକି ୨୦୨୧-୨୨ ଆର୍ଥିକ ବର୍ଷରେ ୧.୭୫ଲକ୍ଷ କୋଟି ଟଙ୍କା ସଂଗ୍ରହ ଲାଗି ଲକ୍ଷ ଧାର୍ଯ୍ୟ କରିଛନ୍ତି। ଏଣୁ ସରକାର ବ୍ୟାଙ୍କ ଓ ଜୀବନ ବୀମା ନିଗମ( ଏଲଆଇସି)ରୁ ତାଙ୍କ ଅଂଶୀଦାରୀ ବିକିବାକୁ ଯୋଜନା କରିଛନ୍ତି। ସରକାର ଏଲଆଇସି ଭାଗିଦାରୀ ବିକିବା କଥା ଜଣାପଡିବା ପରଠାରୁ ପଲିସିଧାରୀଙ୍କ ମଧ୍ୟରେ ହଲଚଲ ଆରମ୍ଭ ହୋଇଯାଇଛି। ତେବେ ଏଲଆଇସି ପଲିସିଧାରୀଙ୍କ ଲାଗି ଏହା ନୂଆ କଥା ନୁହେଁ। ଆଗରୁ ମଧ୍ୟ ସରକାର ଏଲଆଇସିରେ ତାଙ୍କ ଅଂଶବାହାର କରିନେବାକୁ ଅନେକବାର ଘୋଷଣା କରିଛନ୍ତି। ହେଲେ ଏଥର କଥା ଭିନ୍ନ। ଏଲଆଇସି ଦେଶର ଗାଁଗାଁରେ ପହଞ୍ଚିଯାଇଛି। ଏଣୁ ଯେତେବେଳେ ଏଲଆଇସି ରୁ ଅଂଶଧନ ବିକ୍ରି କଥା ଉଠେ ସେତେବେଳେ ପଲିସି ଧାରୀ ନିବେଶ ଲାଗି ଆତଙ୍କିତ ହୋଇପଡନ୍ତି । ତଥ୍ୟାଭିଜ୍ଞଙ୍କ ଅନୁସାରେ ସରକାରଙ୍କ ଏପରି ନିଷ୍ପତ୍ତି ଯୋଗୁ ପଲିସିଧାରୀ କୌଣସି ପ୍ରକାର ପ୍ରଭାବିତ ହେବାର ସମ୍ଭାବନା ନାହିଁ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କେନ୍ଦ୍ର ବଜେଟ ୨୦୨୦-୨୧ ଉପସ୍ଥାପନ କାଳରେ ଏଲଆଇସିର ପ୍ରାରମ୍ଭିକ ସାର୍ବଜନିକ ନିର୍ଗମନ (ଆଇପିଓ) ୧ ଏପ୍ରିଲରୁ ଆରମ୍ଭ ହେବାକୁ ଯାଉଥିବା ଆର୍ଥିକ ବର୍ଷରେ ଆସିବ ବୋଲି ଘୋଷଣା କରିଛନ୍ତି। ଏଥିଲାଗି ସରକାର ପ୍ରକ୍ରିୟା ଆରମ୍ଭ କରିସାରିଲେଣି। ସଂସଦର ଚଳିତ ଅଧିବେଶନରେ ଅର୍ଥମନ୍ତ୍ରୀ ଆବଶ୍ୟକ ସଂଶୋଧନ ଆଣିବେ ବୋଲି ଘୋଷଣା ମଧ୍ୟ କରିଛନ୍ତି। ଏବେ ଏଲଆଇସିରେ ସରକାରଙ୍କର ଶତ ପ୍ରତିଶତ ଭାଗିଦାରୀ ରହିଛି।  ସରକାର ୨୦୨୧-୨୨ରେ ଏକ ବ୍ୟାଙ୍କ ଓ ଏକ ସାଧାରଣ ବୀମା କମ୍ପାନୀର ଘରୋଇକରଣ ଯୋଜନା ମଧ୍ୟ ରଖିଛନ୍ତି। ଏଥିଲାଗି କିଛି ଆଇନଗତ ସଂଶୋଧନର ଆବଶ୍ୟକତା ଥିବା ବେଳେ ଅର୍ଥମନ୍ତ୍ରୀ ସଂସଦର ଚଳିତ ଅଧିବେଶନରେ ଏଥିଲାଗି ପ୍ରସ୍ତାବ ଉପସ୍ଥାପନ କରିବେ ବୋଲି କହିଛନ୍ତି।

Related Posts

About The Author

Add Comment