୩ଟି ଶଗଡ଼ ଗାଡ଼ି ଉପରେ ଚଢ଼ିଗଲା ହାଇୱା

Spread the love

ବଲାଙ୍ଗୀର, 29.01.2021 (ସନ୍ଧାନ ନିଉଜ୍ ): ବଲାଙ୍ଗୀର ଜିଲ୍ଲା  ପାଟଣାଗଡ଼ ରାସ୍ତା ଧୁବଲପଡ଼ା ନିକଟରେ ଗୁରୁବାର  ଭୋର୍‌ ସକାଳୁ ୩ଟି ଶଗଡ଼ ଗାଡ଼ି ଉପରେ ଏକ ହାଇୱା ଚଢ଼ି ଯାଇଛି । ଏଥିରେ  ଘଟଣା ସ୍ଥଳରେ ୪ ବଳଦର ମୃତ୍ୟୁ ହେବା ସହ ୩ ଜଣ ବ୍ୟକ୍ତି ଗୁରୁତର ଥିବା ଜଣାପଡ଼ିଛି । ସୂଚନାନୁସାରେ, କିଛି ବ୍ୟକ୍ତି ଭଇଁଷା ଗାଁରୁ ଧୁବଲପଡ଼ାକୁ ପାଳ ନେବା ପାଇଁ ଶଗଡ଼ ଧରି ଆସୁଥିଲେ । ସେହି ସମୟରେ ବଲାଙ୍ଗିର ପଟୁ ପାଟଣାଗଡ଼ ଆଡ଼କୁ ଦୃତ ଗତିରେରେ ଯାଉଥିବା ଏକ ହାଇୱା ଗାଡ଼ି (ଓଡ଼ି-୦୩ଜି-୪୭୯୯) ଶଗଡ଼ଗୁଡ଼ିକ ଉପରେ ଚଢ଼ି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ୩ ଶଗଡ଼ରେ ଯୋଖା ହୋଇଥିବା ୪ ବଳଦଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଶଗଡ଼ରେ ଥିବା ଭଇଁଷା ଗାଁର ଶେଷଦେବ ପଟେଲ, କୃଷ୍ଣନିଧି ସାହୁ ଓ ଦିଲୁ ଭୁଏ ଗୁରୁତର ହୋଇଛନ୍ତି । ଆହତମାନଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଆଯାଇଛି l ଦୁର୍ଘଟଣା ଘଟାଇ ହାଇୱା ଡ୍ରାଇଭର ଗାଡ଼ି ଛାଡ଼ି ଫେରାର୍‌ ହୋଇଯାଇଛି । ଅନ୍ୟପଟେ ସ୍ଥାନୀୟ ଲୋକେ ଏହି ଘଟଣାରେ ଉତ୍ୟକ୍ତ ହୋଇ ରାସ୍ତା ରୋକ୍ କରିଥିବା ଯୋଗୁଁ ବଲାଙ୍ଗିର -ପାଟଣାଗଡ଼  ରାସ୍ତାରେ ଗମନାଗମନ ବାଧାପ୍ରାପ୍ତ କିଛି ସମୟ ହୋଇଥିଲା ।

 

Related Posts

About The Author

Add Comment