ଶ୍ରୀରାମ ମନ୍ଦିର ନିର୍ମାଣାର୍ଥେ  କଟକ ସଦର ବ୍ଲକରେ ନିଧି ସଂଗ୍ରହ କାର୍ଯ୍ୟକ୍ରମ ।

Spread the love
କଟକ ୧୯/୧/୨୦୨୧(ସନ୍ଧାନ ନିଉଜ) ବହୁ ପ୍ରତୀକ୍ଷିତ  ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଭବ୍ୟମନ୍ଦିର ନିର୍ମାଣାର୍ଥେ  ସମଗ୍ର ଭାରତବର୍ଷରେ ନିଧି ସଂଗ୍ରହ ମହାଅଭିଯାନ ଶୁଭାରମ୍ଭ ପରିପ୍ରେକ୍ଷୀରେ କଟକ ସଦର ଉପକଣ୍ଠ  କନ୍ଦରପୁର ପଂଚାୟତର  ବମ୍ବୁରି ଗ୍ରାମରୁ ସର୍ବପ୍ରଥମେ ଶ୍ରୀରଥ ପୂଜାର୍ଚ୍ଚନାର ବିଧିବ୍ୟବସ୍ଥା ପରେ ବାହାରି କନ୍ଦରପୁର ଅଞ୍ଚଳର ସମସ୍ତ ଗ୍ରାମ ଓ ପରମହଂସ ପଂଚାଚାୟର ଅନେକ ଗ୍ରାମ ପରିକ୍ରମା କରିଥିଲା । ସୂଚନାଯୋଗ୍ୟ ଗର୍ଵ ଅଉ ଗୌରବର ପରିଭାଷାକି,ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଙ୍କ ପିତୃଭକ୍ତି,ଭାତୃପ୍ରେମ,ପ୍ରଜାବତ୍ସଳତା, ନୀତି,ଆଦର୍ଶ ଆଦି ସମସ୍ତ ଶୋଭନୀୟ ଚିନ୍ତା ଚେତନାରେ ଉଦବୁଦ୍ଧ ହୋଇ ବମ୍ବୁରି ଗ୍ରାମର କୋମଳମତି ବାଳକ ବାଳିକା ଯଥା ଆୟୁଷ ବାରିକ,ଶ୍ରେୟାଶ ଦାସ,ଋତୁପ୍ରଜ୍ଞା ପୃଷ୍ଟି,ଅୟୁଶମାନ ବିଶ୍ୱାଳ ଯଥାକ୍ରମେ ରାମ,ଲକ୍ଷମଣ,ସୀତା, ହନୁମାନ ବେଶରେ ସଜିତହୋଇ ଦିବ୍ୟରଥରେ ବସି ଭ୍ରମଣ କରିଥିଲେ ଯାହାକି ସାଧାରଣରେ ଏକ ନବ ଚେତନା ଦେବାସହ ନିଧି ସଂଗ୍ରହ ଓ ସମ୍ପର୍କ ଅଭିଯାନକୁ ଆହୁରି ଲୋକାଭିମୁଖୀ କରିପାରିଛି ।  ଏହି ମହତ ଧାର୍ମିକ କାର୍ଯ୍ୟରେ କଟକର ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ”(ଉବିପ)ର କାର୍ଯ୍ୟକର୍ତା,ସ୍ଥାନୀୟ ଗ୍ରାମବାସୀ ଏବଂ ଶ୍ରଦ୍ଧାଳୁ ଵର୍ଗ ଉପସ୍ଥିତ ରହି ସହଯୋଗ କରିବାସହ ନିଧି ସଂଗ୍ରହ କରିଥିଲେ ।

Related Posts

About The Author

Add Comment