ପରୀ ହତ୍ୟା ଘଟଣାର କାହିଁକି ନହେବ ସିବିଆଇ ତଦନ୍ତ

Spread the love

ନୟାଗଡ, 14.01.2021(ସନ୍ଧାନ ନିଉଜ୍): ନୟାଗଡ ଯଦୁପୁର ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲା ଏବେ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଯାଇ ପହଞ୍ଚିଛି। ରାଜ୍ୟ ସରକାରଙ୍କ ଦ୍ଵାରା ଗଠିତ ସ୍ଵତନ୍ତ୍ର ତଦନ୍ତକାରୀ ସଂସ୍ଥାର ତଦନ୍ତ ଉପରୁ ଭରସା ଉଠିବାରୁ ପରୀର ମା ସୌଦାମିନୀ ନ୍ୟାୟ ପାଇଁ ଶେଷରେ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି। ଘଟଣାର ସିବିଆଇ ତଦନ୍ତ ଦାବି କରି ସେ ସୁପ୍ରିମକୋର୍ଟରେ ବୁଧବାର ଆବେଦନ କରିଛନ୍ତି। ସର୍ବୋଚ୍ଚ ନ୍ୟାୟଳୟ ମାମଲାକୁ ବିଚାର ପାଇଁ ଗ୍ରହଣ କରିବା ସହ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ପରୀଙ୍କ ମା ସୌଦାମିନୀ ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି। ତାଙ୍କ ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି। ମାମଲାରେ ସ୍ଥାନୀୟ ପୁଲିସର ଭୂମିକା ଉପରେ ପ୍ରଶ୍ନଚିହ୍ନ ଲାଗିଥିବାରୁ ସିବିଆଇ ପରି ନିରପେକ୍ଷ କେନ୍ଦ୍ରୀୟ ଏଜେନ୍ସି ତଦନ୍ତ କରିବାକୁ ଦାବି କରିଥିଲେ । ଜଷ୍ଟିସ ଏଏମ ଖାନଓ୍ବିଲକରଙ୍କ ୩ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବା ସହ ସିବିଆଇ ଏବଂ ରାଜ୍ୟ ସରକାରଙ୍କୁ ନୋଟିସ କରିଛନ୍ତି ।  ଏହି ମାମଲାରେ କାହିଁକି ସିବିଆଇ ତଦନ୍ତ ହେବ ନାହିଁ ବୋଲି ସୁପ୍ରିମକୋର୍ଟ ରାଜ୍ୟ ସରକାର ଓ ସିବିଆଇକୁ ପ୍ରଶ୍ନ କରିଛନ୍ତି। ଏବେ ସଭିଙ୍କ ନଜର ରାଜ୍ୟ ସରକାରଙ୍କ ଉପରେ ରହିଛି। କଣ ରାଜ୍ୟ ସରକାର ପରୀ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଲାଗି ସୁପାରିସ କରିବେ ତାହା ଦେଖିବା ବାକି ରହିଛି । ସୂଚନାଯୋଗ୍ୟ, ପରୀ ହତ୍ୟା ମାମଲାରେ ଅରୁଣ ବୋଥ୍ରାଙ୍କ ନେତୃତ୍ଵରେ ସଂପ୍ରତି ଏସଆଇଟି ତଦନ୍ତ କରୁଛି। ଏସଆଇଟି ତଦନ୍ତର ଅଗ୍ରଗତି ନେଇ ଏପର୍ଯ୍ୟନ୍ତ ତାର ତିନୋଟି ଷ୍ଟାଟର୍ସ ରିପୋର୍ଟ ହାଇକୋର୍ଟରେ ଦାଖଲ କରି ସାରିଛି। ହାଇକୋର୍ଟ ତଦନ୍ତର ଅଗ୍ରଗତିରେ ସନ୍ତୋଷ ବ୍ୟକ୍ତ କରି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨୫କୁ ଧାର୍ଯ୍ୟ କରିଛନ୍ତି। ନୟାଗଡ ନାବାଳିକା ହତ୍ୟା ମାମଲାର ନାବାଳକ ଅଭିଯୁକ୍ତର ବ୍ରେନ୍ ମ୍ୟାପିଂ ହେବନାହିଁ । ବ୍ରେନ୍ ମ୍ୟାପିଂ ଲାଗି ନାବାଳକ ଅମଙ୍ଗ ହେବା ପରେ SIT ଆବେଦନକୁ ଖାରଜ କରିଦେଇଛନ୍ତି ଜୁଭେନାଇଲ୍ ଜଷ୍ଟିସ ବୋର୍ଡ । ଆଗରୁ ମଧ୍ୟ ନାର୍କୋ ଟେଷ୍ଟ ଲାଗି SIT କରିଥିବା ଆବେଦନକୁ ଜୁଭେନାଇଲ୍ ଜଷ୍ଟିସ ବୋର୍ଡ ଖାରଜ କରିଥିଲେ । ତେବେ ନାବାଳକ ଅଭିଯୁକ୍ତର ଭଏସ୍ ଆନାଲିସିସ୍ ଲାଗି SIT ପୁଣି ଆବେଦନ କରିଛି । ଏହା ଉପରେ ଜୁଭେନାଇଲ୍ ଜଷ୍ଟିସ ବୋର୍ଡ ଆସନ୍ତା ୨୦ତାରିଖରେ ପରବର୍ତ୍ତୀ ଶୁଣାଣି କରିବେ । ଏପଟେ ରିମାଣ୍ଡ ସମୟରେ ଅଭିଯୁକ୍ତକୁ SIT ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ହୋଇଛି । ଏହା ଉପରେ ମଧ୍ୟ ଆସନ୍ତା ୨୦ତାରିଖରେ ଶୁଣାଣି ହେବ । ଅନ୍ୟପଟେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ତଦନ୍ତ ଶୈଳୀକୁ ନେଇ ବିରୋଧୀଙ୍କଠୁ ନେଇ ପରୀର ମା ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ ଏସଆଇଟି ତଦନ୍ତରେ ଜମାରୁ ସନ୍ତୁଷ୍ଟ ନଥିବା ପରୀର ମା ସୌଦାମିନୀ ସାହୁ ଅନେକ ଥର କହି ସାରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ସରକାର ମୁଖ୍ୟ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଇ ସରୋଜ ସେଠୀଙ୍କୁ ଅଯଥାରେ ଗିରଫ କରିଛି। ସେ ଅଭିଯୁକ୍ତ ହୋଇନଥିବା ପରୀଙ୍କ ମା କହିଛନ୍ତି  ।

Related Posts

About The Author

Add Comment