ଫର୍ଦ୍ଦାଫାସ୍ ହେଲା ହତ୍ୟା ମାମଲା

Spread the love
  •  
  •  
  •  
  •  
  •  

ଭୁବନେଶ୍ଵର , ୧୨.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ପ୍ରମାଣ ଲୁଚାଇବାକୁ ଯାଇ ଓଲା କାର୍‌ରେ ମୃତଦେହକୁ ନେଇ ଗଞ୍ଜାମ ଜିଲ୍ଲାରେ ଫିଙ୍ଗି ଦିଆଯାଇଥିଲା। ଆଜି ଏହି ହତ୍ୟା ମାମଲାର ପର୍ଦ୍ଦାଫାସ ହୋଇଛି। ଗଞ୍ଜାମ ପୁଲିସ ହତ୍ୟା ଅଭିଯୋଗରେ ଭୁବନେଶ୍ଵରର ଦମ୍ପତିଙ୍କୁ ଗିରଫ କରିବା ସହିତ ଓଲା କାର୍‌ ଜବତ କରିଛି। ଦୀର୍ଘ ମାସେ ୮ ଦିନ ପରେ ଘଟଣାର ପର୍ଦ୍ଦାଫାଶ ହୋଇଛି। ଭୁବନେଶ୍ବରରେ ମର୍ଡର, ଆଉ ଗଞ୍ଜାମରେ ଡେଡ୍ ବଡି। ଭଞ୍ଜନଗର ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଭୁସଣ୍ଡପାଳ ଗାଁ ନିକଟ ଧାନବିଲରୁ ଅଜଣା ଯୁବତୀଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ ହୋଇଛି । ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଗଞ୍ଜାମ ଏସ ପି ବ୍ରିଜେଶ ରାୟ ସୂଚନା ଦେଇଛନ୍ତି । ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ନଗାୟଗଡର ମାନସ ରଞ୍ଜନ ପାଇକରାୟ ଓ ତାଙ୍କ ସ୍ତ୍ରୀ ସରୋଜିନୀ ସାହୁଙ୍କୁ ପୋଲିସ ଗିରଫ କରିଛି। ମାନସ ଓ ସରୋଜିନୀଙ୍କ ଘରେ ଘରୋଇ ସହାୟିକା ଭାବେ କାମ କରୁଥିଲେ ବାଲେଶ୍ବରର ସଂପୃକ୍ତ ଯୁବତୀ । ତେବେ କୌଣସି କାରଣରୁ ଯୁବତୀଙ୍କୁ ହତ୍ୟା କରିଥିଲେ ଏମାନେ । ପ୍ରମାଣ ଲୁଚାଇବାକୁ ଯାଇ ଭୁବନେଶ୍ବରରୁ ଏକ ଓଲା କାରରେ ମୃତଦେହକୁ ଗଞ୍ଜାମ ଜଗନ୍ନାଥ ପ୍ରସାଦ ଭୁସଣ୍ଡପାଳ ଗାଁ ନିକଟ ଧାନ ଜମିରେ ଫିଙ୍ଗି ଦେଇଥିଲେ । ୨ ତାରିଖରେ ଏହି ଯୁବତୀଙ୍କ ମୃତଦେହ ଉଦ୍ଧାର କରିଥିଲା ଜଗନ୍ନାଥପ୍ରସାଦ ପୋଲିସ । ମୃତଦେହ ଉଦ୍ଧାର ପରେ ୟୁବତୀଙ୍କ ପରିଚୟ ଖୋଜିଥିଲା ପୋଲିସ ହେଲେ ମିଳିନଥିଲା ।ଯୁବତୀଙ୍କ ପାଖରୁ ମିଲିଥିବା ଫୋନ୍ ନମ୍ବରରେ ବି ଯୋଗାଯୋଗ କରାଯାଇ ଅନୁ ସଂଧାନ କରିଥିଲା । ସଂଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ଏବଂ ଆଖାପାଖ ଥାନାରେ ପତ୍ତା ଲଗାଇବାକୁ ଚେଷ୍ଟା କରଯାଇଥିଲା । ହେଲେ କିଛି ସୁରାଗ ମିଳିନଥିଲା । ତେଣୁ ପୋଲିସ ୨ ଦିନ ପରେ ମୃତଦେହର ଦାହ ସଂସ୍କାର ନିଜେ କରିଥିଲା । ମୃତଦେହର ପରିଚୟ ଚିହ୍ନଟ ସହ ହତ୍ୟାକାରୀକୁ ଚିହ୍ନଟ ପାଇଁ ଗଞ୍ଜମ ପୋଲିସ ନାକେଦମ ହେବା ପରେ ଭଞ୍ଜନଗର ଏସଡିପିଙ୍କ ନେତୃତ୍ବରେ ୫ଟି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଏହି ଟିମ୍ କନ୍ଧମାଳ, ଭୁବନେଶ୍ବର, ନୟାଗଡ ଆଦି ସ୍ଥାନରେ ତଦନ୍ତ ଚଳାଇଥିଲା । ଶତାଧିକ ବ୍ୟକ୍ତିଙ୍କୁ ପଚରାଉଚରା କରାଯିବା ସହ ଯୁବତୀଙ୍କ ମୃତଦେହର ଫଟୋ ରାଜ୍ୟର ବିଭିନ୍ନ ପୋଲିସ ଷ୍ଟେସନ୍ ଓ ହ୍ବାଟସ୍ ଆପ୍ ଗ୍ରୁପରେ ପକା ଯାଇଥିଲା । କିଛି ଦିନ ପରେ  ଜଣେ ବ୍ୟକ୍ତି ଯୁବତୀଙ୍କୁ ଚିହ୍ନିପାରି ଜଗନ୍ନାଥ ପ୍ରସାଦ ଥାନା ଅଧିକାରୀଙ୍କୁ ଜଣାଇଥିଲେ । ସେ ଭୁବନେଶ୍ବରରେ ଏହି ଦମ୍ପତିଙ୍କ ଘରେ ରହି କାମ କରୁଥିବା କହିଥିଲେ । ଏହାପରେ ପୋଲିସ ଦମ୍ପତିଙ୍କୁ ଉଠାଇ ଆଣି ପଚରା ଉଚରା କରିଥିଲା । ଦମ୍ପତି ଯୁବତୀକୁ ନିର୍ଯାତନା ଦେବା ପରେ ହତ୍ୟାକରିଥିବା ପୋଲିସ ଆଗରେ ମାନିଥିଲେ । ପୋଲିସ ଯୁବତୀଙ୍କ ପରିବାର ଲୋକଙ୍କୁ ଆଣି ଡିଏନ୍ଏ ଟେଷ୍ଟ କରିଥିଲା । ଜଗନ୍ନାଥ ପ୍ରସାଦ ପୋଲିସ ଓଲା କାର OD-33M- 3014 ଏବଂ ଅଭିଯୁକ୍ତଙ୍କ ସେଲ୍‌ଫୋନ୍ ଜବତ କରିଛି । ଅଭିଯୁକ୍ତଙ୍କ ଭୁବନେଶ୍ବର ଘରକୁ ସିଲ୍ କରିଦିଆଯାଇଛି । ଅଧିକ ଅନୁସନ୍ଧାନ ଜାରି ରହିଛି ।

Related Posts

About The Author

Add Comment