ଜିରୋନାଇଟ ସେଲିବ୍ରେସନ୍ ମନା ,ଘରେ ବସି ନୂଆବର୍ଷ ପାଳ

Spread the love

ବାରିପଦା, ୨୯/୧୨/୨୦୨୦ (ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା): ପୂର୍ବରୁ କରୋନା ସଂକ୍ରମଣ ଓ ସଂପ୍ରତି ବ୍ରିଟେନ୍ ଫେରନ୍ତାଙ୍କୁ ନେଇ ସରକାରଙ୍କ ଚିନ୍ତା ବଢିବା ସହିତ କେନ୍ଦ୍ର ସରକାରଙ୍କ ନୂତନ କରୋନା ମାର୍ଗଦର୍ଶିକାକୁ ଦୃଷ୍ଟିରେ ରଖୁ ରାଜ୍ୟ ସରକାର ନୂଆବର୍ଷରେ ଭିଡ଼ ହ୍ରାସ କରିବା ଲାଗି ବ୍ୟବସ୍ଥା କରିଛନ୍ତି । ବିଭିନ୍ନ ହୋଟେଲ, ରେସ୍ତୋରାଂ ଆଦିରେ ଜିରୋନାଇଟ ସେଲିବ୍ରେସନ (ମଧ୍ୟରାତ୍ରର ପାଟି) କରିବା ଉପରେ ବିଭିନ୍ନ ସହରର ମହାନଗର ନିଗମ ଗୁଡିକ ପକ୍ଷରୁ କଟକଣା ଜାରି କରାଯାଇଛି । ହୋଟେଲ, ମଣ୍ଡପ, କୁବରେ ଭିଡ଼ ନ କରିବାକୁ ନିର୍ଦ୍ଦେଶ ଜାରି ଯାଇଥିବାବେଳେ ନିଜ ଘରେ ରହି ନୂଆ ବର୍ଷ ପାଳିବାକୁ ପରାମର୍ଶ ଦିଆଯାଇଛି । ପୌର ନିଗମ ଓ ପୁଲିସ ପ୍ରଶାସନ ପକ୍ଷରୁ‌ କୁହାଯାଇଛି ଯେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଚଳିତ ବର୍ଷ ଜିରୋନାଇଟ ସେଲିବ୍ରେସନ ବାରଣ କରାଯାଇଛି । ସହରର କୌଣସି ସ୍ଥାନରେ ନୂଆବର୍ଷରେ ଜିରୋନାଇଟ ସେଲିବ୍ରେସନ ହେବନି । ଏହାସହ ନିୟମକୁ ମଧ୍ୟ କଡାକଡି କରାଯାଇଛି । ହୋଟେଲ, କ୍ଲବ ନ ଯାଇ ଘରେ ରହି ପରିବାର ଓ ସାଙ୍ଗସାଥୀଙ୍କ ସହ ନୂଆ ବର୍ଷ ପାଳନ କରିବାକୁ ପରାମର୍ଶ‌ ଦିଆଇଛି । ନୂଆବର୍ଷକୁ ସ୍ଵାଗତ ତଥା ଜିରୋନାଇଟ୍ ଅବଶିଷ୍ଟାଶ ପାଳନ ଅବସରରେ ନୃତ୍ୟଗୀତ, ଭୋଜିଭାତ ଓ ଜନସମାଗମ ଆଦି ନ କରାଯିବା ଉପରେ ଜୋର ଦିଆଯାଇ ଗାଇଡଲାଇନ ଜାରି କରାଯାଇଛି। ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି‌କୁହାଯାଇଛି । ଭିଡ଼ ନିୟନ୍ତ୍ରଣ ଜରିଆରେ କରୋନା ସଂକ୍ରମଣ ରୋକିବାକୁ ସରକାରଙ୍କ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି ।

Related Posts

About The Author

Add Comment