ବାରିପଦା,୨୮/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା) ୬୨ତମ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀ ଉଦ୍ଘାଟିତ ହୋଇଯାଇଛି । ପୁଲିସ ଡିଜି ଅଭୟ ଏହି ସମ୍ମିଳନୀର ଉଦ୍ଘାଟନ କରିଛନ୍ତି । ଓଡ଼ିଶା ପୋଲିସର ବିଭିନ୍ନ ପଦକ୍ଷେପକୁ ଡିଜିପି ପ୍ରଶଂସା କରିଛନ୍ତି । ମାଓ ଦମନ କ୍ଷେତ୍ରରେ ପୋଲିସ ଭଲ କାମ କରିଛି । ପଦକ୍ଷେପ ପ୍ରଶଂସନୀୟ, ଏହା ପୋଲିସକୁ ଉତ୍ସାହ ଦେଇଛି । ଓଡ଼ିଶା ପୋଲିସ ଆଗରେ ଅନେକ ଚ୍ୟାଲେଞ୍ଜ ରହିଛି। ମହିଳା ଓ ଶିଶୁଙ୍କ ସୁରକ୍ଷା ଗୁରୁତ୍ଵପୂର୍ଣ୍ଣ ବୋଲି ଡିଜିପି କହିଛନ୍ତି। କରୋନା ନିୟନ୍ତ୍ରଣରେ ମଧ୍ୟ ପୁଲିସର ଭୂମିକା ଗୁରୁତ୍ଵପୂର୍ଣ୍ଣ ରହିଥିଲା । ୨୦୨୦ରେ ଆଇନ ଶୃଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି । ଚୋରା ନିଶା କାରବାର ରୋକିବାରେ ପୋଲିସ ସଫଳ ହୋଇଛି । ୨୦ ହଜାର କେଜି ଗଞ୍ଜେଇ ଜବତ ହୋଇଛି ୩୪ କେଜି ବ୍ରାଉନସୁଗାର ଜବତ ହୋଇଛି। ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ସମ୍ମିଳନୀରେ ଓଡିଶା ପୁଲିସକୁ ଭୁରି ଭରି ପ୍ରଶଂସା କରିଥିଲେ ଡିଜିପି ଅଭୟ ।
୬୨ତମ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀ: ଡିଜିପି କହିଲେ, “ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି?
|
December 28, 2020 |