ସନ୍ଦେହଜନକ ମୃତ୍ୟୁ

Spread the love

ବାରିପଦା, ୨୭/୧୨/୨୦୨୦(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା): ପ୍ରେମ ଜାଲରେ ପଡ଼ି ଯୁବତୀର ଘରେ‌ ମାସେରୁ ଅଧିକ ସମୟ ଧରି ରହୁଥିବା ଯୁବକର ସନ୍ଦେହଜନ ମୃତ୍ୟୁ ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଲକ ସିଆଲରମା ଗାଁର ଗୌତମ ବୋଖରା ନାମକ ଯୁବକ ବ୍ରଜରାଜନଗର ଥାନା ଅନ୍ତର୍ଗତ କଦେଲମୁଣ୍ଡା ଗାଁର ଜଣେ ଯୁବତୀକୁ ଭଲ ପାଇ ନିଜ ଘରେ ଆଣି ରଖୁବାକୁ ଚେଷ୍ଟା କରିଥିଲା । କିନ୍ତୁ ଯୁବକ ଜଣକ ୧୮ ବର୍ଷରୁ କମ୍ ହୋଇଥିବାରୁ ପରିବାର ଲୋକେ ତାର ବିବାହକୁ ସମ୍ମତି ନଦେବାରୁ ଉଭୟ ଘରୁ ପଳାଇ ଯାଇ ଅନ୍ୟତ୍ର ରହୁଥିଲେ। ଗତ ମାସକ ତଳେ ଝିଅ ସହ କଦେଲମୁଣ୍ଡା ଯାଇ ତାଙ୍କ ଘରେ ରହୁଥିଲେ ଉଭୟେ । କିନ୍ତୁ ଗତକାଲି ରାତିରେ ଗୌତମ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ସେ ସଂପର୍କରେ ଗୌତମର ଘରକୁ ଫୋନ କରି ଝିଅ ଘର ପକ୍ଷରୁ ଜଣାଇବା ପରେ ସେମାନଙ୍କ ପରିବାରବର୍ଗ ଘଟଣାସ୍ଥଳ ପରିଦର୍ଶନ କରି ଏହା ଆତ୍ମହତ୍ୟା ନୁହେଁ ବୋଲି କହିଥିଲେ। ଏହା ସହ ଝିଅ ଘର ଲୋକେ ତାକୁ ମାରି ଦେଇଛନ୍ତି ବୋଲି ଗାନ୍ଧୀଛକ ଫାଣ୍ଡିରେ ଏତଲା ଦେଇଛନ୍ତି। ବ୍ରଜରାଜନଗର ଥାନାରେ ଏ ସଂପର୍କରେ ଏକ ମାମଲା ଆଇପିସି ୩୦୨ ଧାରାରେ ରୁଜୁ କରି ତଦନ୍ତ କରାଯାଉଛି ବୋଲି ଆଇଆଇସି କହିବା ସହ ମୃତ ଯୁବକର ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଚଳାଇଛନ୍ତି ବୋଲି ସୂଚନା ଦେଇଛନ୍ତି।

Related Posts

About The Author

Add Comment