ବାଇକ ଦୁର୍ଘଟଣା : ଅଗ୍ନିଶମ ଉପଲବ୍ଧ ନାହିଁ, ଆମ୍ବୁଲାନ୍ସ ଆସୁଛି, ଆହତକୁ ନିଜେ ଆଣିଲେ ବି.ଡି.ଓ

Spread the love

ବାଲିଗୁଡା,23/12.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ପଞ୍ଚାୟତ ଅଞ୍ଚଳ ର ବିଭିନ୍ନ ସ୍ଥାନରେ ବଡଦିନ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ ବିଭିନ୍ନ ଅଞ୍ଚଳକୁ ଗସ୍ତ କରୁଥିବା ବେଳେ ଜି.ଉଦୟଗିରି ପଞ୍ଚାୟତ ସମିତି ଅନ୍ତର୍ଗତ ନିଲୁଙ୍ଗିଆ ଚର୍ଚ୍ଚ ପାଖରେ ଏକ ଦୁର୍ଘଟଣାରେ ଆହତ ୨ ଜଣଙ୍କୁ ଆଣି ଡକ୍ତରଖାନା ପଠାଇଛନ୍ତି।ପ୍ରକାଶ ଯେ,ରଟିଙ୍ଗିଆ ପଞ୍ଚାୟତ ସ୍ଥିତ ଧାଙ୍ଗଡାମାହା ଗ୍ରାମର ଚିତ୍ତରଞ୍ଜନ ପ୍ରଧାନ(୨୫) ଅସିତ ପ୍ରଧାନ (୧୮) ଯାକାମାହା ସ୍ଥିତ ନିଜ ନାନୀ ଘରୁ ଫେରୁଥିବା ବେଳେ ନିଲୁଙ୍ଗିଆ ଚର୍ଚ୍ଚ ଠାରେ ବାଇକ ଦୁର୍ଘଟଣା ଘଟିବାରୁ ଅସିତ ପ୍ରଧାନ ଗୁରୁତର ହେବାବେଳ ଚିତ୍ତରଞ୍ଜନ ପ୍ରଧାନ ସାମାନ୍ୟ ଆହତ ହୋଇ ଥିବା ଜଣାପଡିଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରଧାନ ପ୍ରଥମେ ଅଗ୍ନିଶମ ବିଭାଗକୁ ଫୋନ କରିବାରୁ ଉପଲବ୍ଧ ନାହିଁ କହିବା ବେଳେ, ଆମ୍ବୁଲାନ୍ସ ଆସୁଛି ବୋଲି କହିଥିଲେ ।ତେଣୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିଜ ଗାଡିରେ ଦୁଇଜଣ ଆହତଙ୍କୁ ଆଣିଥିଲେ। ଗୁରୁତର ଅସିତଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରା ଯାଇଥିଲା। କାରଣ ଆଜି ବିଏସଏନଏଲ କାମ କରୁନଥିବାରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିଜ ଗାଡି ପଠାଇ ଗୁରୁତରଙ୍କ ପରିବାରକୁ ଖବର ଦେବା ସହ ତାଙ୍କ ଆତ୍ମୀୟଙ୍କୁ ଆଣି ବ୍ରହ୍ମପୁର ସ୍ଥାନାନ୍ତର କରିଥିବା ଜଣାପଡ଼ଛି।

Related Posts

About The Author

Add Comment