ବଡଦୁନ୍ଦୁ ପଞ୍ଚାୟତର ସମିତି ସଭ୍ୟ ଉପନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀ ମହମ୍ମଦ ଭୁଟୋ ବିଜୟୀ

Spread the love

ଜାମଦା, ୨୪/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ମୟୂରଭଞ୍ଜ ଜିଲ୍ଲାର ଜାମଦା ବ୍ଲକର ବଡଦୁନ୍ଦୁ ପଞ୍ଚାୟତର ସମିତି ସଭ୍ୟ ମହମ୍ମଦ ଜିଲାନୀଙ୍କ ମୃତ୍ୟୁର ଦେଢ଼ବର୍ଷରୁ ଉର୍ଷ ହେଲା ଖାଲି ପଡ଼ିଥିଲା । ୨୨ଡିସେମ୍ବରରେ ଉପ ନିର୍ବାଚନ ହୋଇଥିଲା । ନିର୍ବାଚନ ରଣାଙ୍ଗନରେ ୪ଜଣ ପ୍ରାର୍ଥୀ ଲଢ଼େଇ ମଇଦାନରେ ରାଜ୍ୟ ଅବର୍ତନ ହୋଇଥିଲେ । ସେମାନେ ହେଲେ ମହମ୍ମଦ ଭୁଟୋ, ପୂର୍ବତନ ବ୍ଲକ ଅଧ୍ୟକ୍ଷ କାରାନ ମାରାଣ୍ଡୀ, ଇଂ ରାମଜାନ ବେଗ ଏବଂ ଅବସରପ୍ରାପ୍ତ ବ୍ୟାଙ୍କ ଅଫିସର ଗଣେଶ ସର୍ଦାର ୨୩ରେ ଜାମଦା ବ୍ଲକ ପରିସରରେ ବିଡ଼ିଓଙ୍କ ଉପସ୍ଥିତରେ ଭୋଟ ଗଣତି ହୋଇଥିଲା । ଗଣତିରେ ମହମ୍ମଦ ଭୁଟୋଙ୍କୁ ୧୦୭୨,କାରାନ ମାରାଣ୍ଡୀ ଙ୍କୁ ୭୮୬,ଇଂ ରାମଜାନ ବେଗଙ୍କୁ ୬୩୫ ଏବଂ ଗଣେଶ ସର୍ଦାରଙ୍କୁ ୧୯୦ ଭୋଟ ମିଳିଛି । ସମୁଦାୟ ଭୋଟର ସଂଖ୍ୟା ୫୦୨୬,ପୋଲିଂ ଭୋଟ ୨୭୯୭ ,ଭେଲିଡ ଭୋଟ ୨୬୮୩ ଏବଂ ନାକଚ ଭୋଟ ସଂଖ୍ୟା ୧୧୪ ବିଜେପି ସମର୍ଥିତ ପ୍ରାର୍ଥୀ ମହମ୍ମଦ ଭୁଟେ ବିଜେଡି ସମର୍ଥିତ ପ୍ରାର୍ଥୀ କାରାନ ମାଣ୍ଡୀଙ୍କୁ ୨୮୬ ଭୋଟରେ ପରାସ୍ତ କରି ବିଜୟୀ ହୋଇଛି । ଗତଥର ମଧ୍ୟ ବିଜେପି ବଡଦୁନ୍ଦୁ ପଞ୍ଚାୟତ ରେ ବିଜୟ ଲାଭ କରିଥିଲା ।ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଅନୁଷ୍ଠିତ ହୋଇଛି ।

Related Posts

About The Author

Add Comment