କରଞ୍ଜିଆ ରେ ଲଜ୍ଜା: ଅଭିଯୁକ୍ତଙ୍କ ମଧ୍ୟ ରୁ ଜଣେ ଫେରାର, ଅନ୍ୟ ଜଣେ ଅଟକ

Spread the love

କରଞ୍ଜିଆ,୨୩/୧୨/୨୦୨୦ (ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା):କରଞ୍ଜିଆ ବ୍ଲକରେ ଲଜ୍ଜା ଆଜି ଏଠାରେ ଦୁଇଟି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ୧୧ ବର୍ଷ ବୟସର ଓ ଅନ୍ୟଜଣେ ୧୭ ବର୍ଷ ବୟସର ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଫେରାର ଥିବା ବେଳେ ଅନ୍ୟଜଣେ ଗିରଫ ହୋଇଛନ୍ତି। କରଂଜିଆ ବ୍ଲକ୍ ଦରି ପଞ୍ଚାୟତ ଅଧୀନ‌ଏକ ଗ୍ରାମର ଜଣେ ମହିଳା କରଞ୍ଜିଆକୁ କାମରେ ଯାଇଥିଲେ । ଏତିକିବେଳେ ଘରେ ଏକୁଟିଆ‌ଥିବା ତାଙ୍କର ନାବାଳିକା ଝିଅ (୧୧ ବର୍ଷ)କୁ ଗ୍ରାମର ଜଣେ ଯୁବକ ନିଜ ଘରକୁ ଡାକିନେଇ ଦୁଷ୍କର୍ମ କରିଥିଲେ । ପରେ ନାବାଳିକାଙ୍କ ମାଆ କାମରୁ ଫେରି ଘଟଣା ବିଷୟରେ ଜାଣିବାକୁ ପାଇଥିଲେ। ଫଳରେ ସେ ଚିକିତ୍ସା ପାଇଁ ଝିଅକୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ତେବେ ଘଟଣା ବାବଦରେ ଛାତ୍ରୀଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରି ନଥିବା ବେଳେ ପୁଲିସ ନିଜଆଡ଼ୁ ମାମଲା ତଦନ୍ତ କରୁଥିବା କରଞ୍ଜିଆ ଥାନା ଭାରପ୍ରାପ୍ତ ଅଧିକାରୀ ସରୋଜିନୀ ସିଂ କହିଛନ୍ତି। ସେହିପରି ବ୍ଲକ୍ ଅଧୀନ ଘୋଷଦା ପଞ୍ଚାୟତ ଅନ୍ତର୍ଗତ ଏକ ଗ୍ରାମରେ ମଧ୍ୟ ଅନ୍ୟଜଣେ ନାବାଳିକା (୧୭ ବର୍ଷ) ଦୁଷ୍କର୍ମର ଶିକାରହୋଇଛନ୍ତି। ନାବାଳିକାଙ୍କ ବାପାମାଆ ଦିନମଜୁରିଆ ଭାବେ କାମ କରନ୍ତି । ପ୍ରାୟ ୮‌ ମାସ ପୂର୍ବେ ସେମାନେ କାମ କରିବା ପାଇଁ ଯାଇଥିବା ବେଳେ ଗ୍ରାମର ତପନ ମାଝୀ (୨୫) ନାମକ ଜଣେ ଯୁବକ ନାବାଳିକାଙ୍କୁ‌ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିଲେ। ତେବେ ନାବାଳିକା ୭ ମାସର ଗର୍ଭବତୀ ଥିବା ବେଳେ ଶ୍ରୀ ମାଝା ତାଙ୍କୁ ବିବାହ କରିବାକୁ ମନା କରିଦେଇଛନ୍ତି । ଫଳରେ ନାବାଳିକା ଜଣକ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏନେଇ ପୁଲିସ ୨୬୨/୨୦ରେ ଏକ ମାମଲା ରୁଜୁ ହେବା ସହ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା କରଞ୍ଜିଆ ଥାନା ଭାରପ୍ରାପ୍ତ ଅଧିକାରୀ ସରୋଜିନୀ ସିଂ ସୂଚନା ଦେଇଛନ୍ତି ।

 

Related Posts

About The Author

Add Comment