ଠିକା ବିଦ୍ୟୁତ କର୍ମଚାରୀଙ୍କ ଆନ୍ଦୋଳନ ସ୍ଥଗିତ

Spread the love

ବାରିପଦା,୨୨/୧୨/୨୦୨୦(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା): ନେସ୍କୋ କର୍ତ୍ତୁପକ୍ଷ ଏବଂ କର୍ମଚାରୀଙ୍କ ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତି ହେବା ପରେ ନେସ୍କୋ ପାୱାର ଏଲାଇଜ୍ ୟୁନିୟନ ପକ୍ଷରୁ ୯ ଦଫା ଦାବି ନେଇ ହେବାକୁ ଥିବା ବିକ୍ଷୋଭକୁ ସ୍ଥଗିତ ରଖାଯାଇଛି । ସୋମବାର ଶ୍ରମ ଅଧୁକାରୀଙ୍କ ମଧସ୍ତତାରେ ବିଦ୍ୟୁତ କର୍ମଚାରୀ ସଂଘ ଏବଂ କର୍ତ୍ତୃପକ୍ଷ ଏବଂ ଶ୍ରମ ଅଧୁକାରୀଙ୍କ ମଧ୍ୟରେ ଆଲୋଚନା ହେବା ପରେ କର୍ତ୍ତୁପକ୍ଷଙ୍କୁ ୧୫ ଦିନ ସମୟ ଦିଆଯାଇଛି । ଏହି ସମୟ ମଧ୍ୟରେ ଠିକା କର୍ମଚାରୀଙ୍କ ଦରମାର ଅନିୟମିତତାକୁ ସମାଧାନ କରିବା ଏବଂ ଆଗାମୀ ସମୟରେ ପ୍ରତ୍ୟେକ ନିର୍ଦ୍ଧାରିତ ସମୟରେ ଦରମା ଦେବା, ସରକାରଙ୍କ ଦ୍ଵାରା ବଢିଥି ମଜୁରିର ବକେୟା ପାଉଣା ପ୍ରଦାନ କରିବା, ଇଏସଆଇ ଇପିଏଫକୁ ଜମା କରିବା, ସମସ୍ତ କର୍ମଚାରୀଙ୍କୁ ଇଏସଆଇ କାର୍ଡ ପ୍ରଦାନ କରିବା, ସରକାରଙ୍କ ଦ୍ଵାରା ବଢିଥିବା ବିଶେଷ ଭତ୍ତା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ୨୦୨୧ ଜାନୁଆରୀ ୧୮ ସୁଦ୍ଧା ଏହି ସମସ୍ୟା ସବୁ ସମାଧାନ ନହେଲେ ଢିକା ବିଦ୍ୟୁତ କର୍ମଚାରୀ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଥିଲା । ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ହୋଇଥିବା ଏହି ଆଲୋଚନାରେ ଶ୍ରମ ଅଧୁକାରୀ ମୋନାଲିସା ନାୟକ, ନେସ୍କୋ ଅଧିକ୍ଷଣ ଯନ୍ତ୍ରୀ ସୁରେଶ ଚନ୍ଦ୍ର ସାହୁ, ଫାଇନାନ୍ସ ମ୍ୟାନେଜର ମନୋଜ ଦାସ, ଆସିଷ୍ଟାଣ୍ଡ ମ୍ୟାନେଜର ମୃତ୍ୟୁଞ୍ଜୟ ଦେ, ମାନବ ସମ୍ବଳ ଅଧୁକାରୀ ଭବାନୀ ବେଉରା, ସଂଘର ଜିଲ୍ଲା ସଭାପତି ସୁବ୍ରମଣ୍ୟମ ମହାନ୍ତି, ସହ ସାଧାରଣ ସଂପାଦକ ଜ୍ୟୋତିକୃଷ୍ଣ । ବେହେରା, ଡିଭିଜନ ସଂପାଦକ ଚନ୍ଦନ କୁମାର ମହାନ୍ତି, ସୁଜିତ ଲେଙ୍କା, ମାନସ ପାତ୍ର, ଅଚ୍ୟୁତ କୁମାର ସାହୁ, ରଣଜିତ କୁମାର ସାହୁ, ରଣଜିତ କୁମାର ମହାନ୍ତ, ହରିହର ମଣ୍ଡଳ, ସୁମିତ ରଞ୍ଜନ ସାହୁ, ରାଜ କୁମାର ମହାନ୍ତ, ଅଭିମନ୍ୟୁ କବି, ସରୋଜ ପାତ୍ର, ବେଦବ୍ୟାସ ପରିଡ଼ା ପ୍ରମୁଖ ୫୦ ଜଣ ଠିକା ବିଦ୍ୟୁତ କର୍ମଚାରୀ ଉପସ୍ଥିତ ଥିଲେ । ଏହି ଅବସରରେ ସଂଘ ତରଫରୁ ଦିଆଯାଉଥିବା ଦାବିଗୁଡିକ ସଂପର୍କରେ ଅଧ୍ୟକ୍ଷଣ ଯନ୍ତ୍ରୀ ସୁରେଶ ଚନ୍ଦ୍ର ସାହୁ , ନେସ୍କୋ ମୁଖ୍ୟ କାର୍ଯ୍ୟାଳୟର ଅଧିକାରୀ ଏବଂ ଶ୍ରମ ଅଧିକାରୀଙ୍କୁ ସଂଘ ତରଫରୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା କୁମାର ପାତ୍ର ପରିଚାଳନା କରୁଥିଲେ ।

Related Posts

About The Author

Add Comment