ଅବକାରୀ ବିଭାଗକୁ ବଡ ସଫଳତା

Spread the love

 ବାରିପଦା,22.12.2020 (ସନ୍ଧାନ ନିଇଜ୍/ ଲିଙ୍ଗରାଜ ପଣ୍ଡା): ମୟୂରଭଞ୍ଜ ଜିଲ୍ଲା ଅବକାରୀ ବିଭାଗକୁ ବଡ ସଫଳତା କୁଳିଅଣା ଅବକାରୀ ଥାନା ଅଧୀନରେ ଥିବା କୁମ୍ଭାରମୁଣ୍ଡାକଟା ଅଞ୍ଚଳରେ ବେଆଇନ ଭାବେ ଚାଲୁଥିବା ଅନିତା ଢ଼ାବାରୁ ୧୦୦ରୁ ଉର୍ଦ୍ଧ୍ବ ବିଦେଶୀ ମଦ ଜବତ ସହ ଦୁଇ ଅଭିଯୁକ୍ତ ଗିରଫ। ଦୁଇ ଅଭିଯୁକ୍ତ ହେଲେ ବୁଢ଼ାମରାର ବୁଲୁ ସରଘରିଆ ଓ ବିମ୍ବାଧର ନାୟକ। ସୂଚନା ମୁତାବକ କୌଣସି ସୂତ୍ରରୁ ଖବରପାଇ ଜିଲ୍ଲା ଅବକାରୀ ବିଭାଗର ଡେପୁଟି ସୁପରିଟେଣ୍ଡେଟ ଦିବ୍ୟକିଶୋର ଟଣ୍ଡେଲଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ସ୍ୱତନ୍ତ୍ର ଟିମ ଅତର୍କିତ ଭାବେ ଢ଼ାବା ଉପରେ ଚଢ଼ାଉ କରିଥିବା ଜଣାପଡ଼ିଛି। ଅନ୍ୟପଟେ ଜିଲ୍ଲାର  ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଚାଲିଥିବା ଚୋରା ଦେଶୀ ବିଦେଶୀ ମଦ ଦୋକାନ ଉପରେ ଚଢ଼ାଉ କରାଯିବ ବୋଲି ସୂଚନା ଦେଇଛନ୍ତି।

Related Posts

About The Author

Add Comment