ରାଉରକେଲା, ୨୧/୧୨/୨୦୨୦ (ସନ୍ଧାନ ନିଉଜ): ଜଲଦା ସ୍ଥିତ ମିନି ଷ୍ଟାଡ଼ିୟମରେ ୧୮ତମ ଆମନ୍ତ୍ରଣୀୟ ନକ୍ ଆଉଟ ଫୁଟବଲ ଟୁର୍ଣ୍ଣାମେଂଟ ଚଳିତ ମାସ ଡିସେମ୍ବର ୧୪ ତାରିଖରୁ ଆରମ୍ଭ ହୋଇଛି । ଉକ୍ତ ଫୁଟବଲ ଟୁର୍ଣ୍ଣାମେଂଟ ୟୁନାଇଟେଡ଼ ସ୍ପୋଟର୍ସ କ୍ଲବ ଆନୁକୁଲ୍ୟରେ ଆୟୋଜିତ କରାଯାଉଥିବା ବେଳେ, ଟୁର୍ଣ୍ଣାମେଂଟର ସେମିଫାଇନାଲ ମ୍ୟାଚ ୟୁନାଇଟେଡ଼ ସ୍ପୋଟର୍ସ କ୍ଲବ ଜଲଦା ଓ ରାଧେଶ୍ୟାମ କ୍ଲବ ଟିମଯୋର ମଧ୍ୟରେ ଖେଳା ଯାଇଥିଲା । ମ୍ୟାଚଟି ସଂଘର୍ଷପୂର୍ଣ୍ଣ ରହିଥିବା ବେଳେ ଶେଷ ମୂହୂର୍ତରେ ରାଧେଶ୍ୟାମ କ୍ଲବ ଟିମ୍ ୨-୦ ଗୋଲରେ ୟୁନାଇଟେଡ଼ ସ୍ପୋଟର୍ସ କ୍ଲବକୁ ପରାସ୍ତ କରି ବିଜୟ ଲାଭ କରିବା ସହ ଫାଇନାଲକୁ ଉର୍ଣ୍ଣିତ ହୋଇଛି । ସେମିଫାଇନାଲ ନକଆଉଟ ଫୁଟବଲ ମ୍ୟାଚର ଉଦଘାଟନୀ ଅବସରରେ ବିଦ୍ୟା ଷ୍ଟଡ଼ି ପଏଂଟ ନିର୍ଦ୍ଦେଶକ ସରୋଜ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମ୍ୟାଚକୁ ଆନୁଷ୍ଠାନିକ ଭାବେ ଶୁଭ ଉଦ୍ଘାଟନ କରିଥିଲେ । ସେ ମ୍ୟାଚରେ ଭାଗ ନେଇଥିବା ଖେଳାଳୀ ମାନଙ୍କୁ କ୍ରୀଡ଼ା କ୍ଷେତ୍ରରେ ଅଗ୍ରସର ହେବାକୁ ଉତ୍ସାହିତ କରିଥିଲେ । ଅନ୍ୟତମ ଅତିଥି ଭାବେ ହାତୀବନ୍ଧା ସରପଂଚ ଚମରସିଂ ମୁଣ୍ଡାରୀ ଯୋଗଦାନ କରିଥିଲେ । ଆୟୋଜିତ ହୋଇଥିବା ସେମିଫାଇନାଲ ଫୁଟବଲ ମ୍ୟାଚରେ ରେଫରୀ ଭାବେ ଜି. ସୁରେଶ କୁମାର, ରୋଶନ ଖାନ, ମନୋଜ ପାଣ୍ଡେ, ବିନୋଦ ଓରାମ ନିଜ ନିଜର ଦାୟିତ୍ୱ ସୂଚାରୁରୂପେ ସମ୍ପାଦନ କରିଥିଲେ ।ଟୁର୍ଣ୍ଣାମେଂଟକୁ ପରିଚାଳନା କରିବାରେ ଜଲଦାର ପୂର୍ବତନ ସରପଂଚ ଚିତରଂଜନ ଭୂମିଜ, ପିତାମ୍ବର ଭୂମିଜ, ସୁନୀଲ ଭୂମିଜ, ଶିବଶଙ୍କର ରାଜଙ୍କ ସମେତ ଅନ୍ୟାନ ସଦସ୍ୟ ସକ୍ରୀୟ ସହଯୋଗ କରିଥିଲେ । ଏହି ଟୁର୍ଣ୍ଣାମେଂଟରେ ରାଉରକେଲାର ବିଭିନ୍ନ ପ୍ରାନ୍ତରୁ ୧୦ଟି ଟିମ୍ ଅଂଶଗ୍ରହଣ କରିଥିଲେ । ଆଜିର ମ୍ୟାଚ ଦେଖିବାକୁ ଜଲଦା ସମେତ ଆଖପାଖ ଅଂଚଳର ଫୁଟବଲ ପ୍ରେମୀ ମିନି ଷ୍ଟାଡ଼ିୟମରେ ଉପସ୍ଥିତ ଥିଲେ ।
ଜଲଦା ମିନି ଷ୍ଟାଡ଼ିୟମରେ ନକ୍ଆଉଟ ଫୁଟବଲ ଟୁର୍ଣ୍ଣାମେଂଟ
|
December 21, 2020 |
