ଖୋଲିଲା ମଣ୍ଡି, ଚାଷୀ ଆଶ୍ବସ୍ତ

Spread the love

ରାଇରଙ୍ଗପୁର, ୧୯/୧୨/୨୦୨୦ (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା); ରାଇରଙ୍ଗପୁର ଲ୍ୟାମ୍ପସରେ ଧାନମଣ୍ଡି ଖୋଲିଛି । ମୁଖ୍ୟ ଅତିଥି ଭାବେ ବାମନଘାଟି ଜିଲ୍ଲାପାଳ ଧର୍ମାନନ୍ଦ ବେହେରା ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି । ସମ୍ମାନିତ ଭାବେ ଏଆରସିଏସ୍ ରାମଚନ୍ଦ୍ର ବିଶ୍ୱାଳ, ଆରଏମସି ସମ୍ପାଦକ ହେମନ୍ତ କୁମାର ନାଏକ, ଏସିଏ ସାରଙ୍ଗଧର ବେହେରା, ଆରଏସି ସଦସ୍ୟ ଦୀନେଶ ବେହେରା ଯୋଗ ଦେଇଥିଲେ। ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶିକା ଲୋପାମୁଦ୍ରା ମହାନ୍ତଙ୍କ ତତ୍ବାବଧାନରେ ଧାନ କିଣା ଯାଇଥିଲା ।ଏଥିରେ ଲ୍ୟାମ୍ପସ କର୍ମଚାରୀ ଆଶୁତୋଷ ମହାନ୍ତ, କୃଷ୍ଣ ମହାନ୍ତ, ସଂଜିତ ବାରିକ, ଇନ୍ଦ୍ରଜିତ ବାରିକ, ରୁପାଲି ମହାନ୍ତ, ବିଶ୍ଵକଳ୍ପିତା ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ।ସେହିପରି ଗୋରୁମହିଷାଣୀଠାରେ ଥିବା ଗୁହାଳଡ଼ାଙ୍ଗିରୀ କ୍ୟାମ୍ପସରେ ଧାନମଣ୍ଡି ଉଦ୍ଘାଟନ ହୋଇଛି । ରାଇରଙ୍ଗପୁର ୪୬ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ସୁଗଦା ମାରାଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ଣ୍ଣଚନ୍ଦ୍ର ହେମ୍ରମ,ଲ୍ୟାମ୍ପସର ପୂର୍ବତନ ସଭାପତି ଆରଏମ୍ସି ସଦସ୍ୟ ଏସ୍ ଦେବାନନ୍ଦନ ସେଠୀ, ଡିଏଲ୍ ଏଲ୍‌ପିସି ସଭ୍ୟ ଉମେଶ ଚନ୍ଦ୍ର ସାହୁ, ଲ୍ୟାମ୍ପସର ପ୍ରଶାସକ ମୀର୍ଜା ହେମ୍ବ୍ରମ ଉପସ୍ଥିତ ଥିଲେ । କ୍ୟାମ୍ପସର ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ରାଜଙ୍କ ତତ୍ତ୍ଵାବଧାନରେ ଧାନ ସଂଗ୍ରହ କରାଯାଇଥିଲା । ଏଥିରେ ଲ୍ୟାମ୍ପସର ବିଆଇସି ରବୀନ୍ଦ୍ର ନାଥ ବେହେରା, ବିକାଶ କୁମାରଗିରି, ବିଜୟ କୁମାର ସର୍ଦାର, ସୁଜିତ କୁମାର ନାୟକ, ଡିଇଓ ଶିବଶଙ୍କର ମହାନ୍ତ, କାରାନ: ମାଙ୍ଗୀ, କର୍ମଚାରୀ ପତକ ନାଏକ, ଜିତେନ୍ଦ୍ର ନାଥ ମହାରଙ୍କ ସହ ଚାଷୀ ରବିନାରାୟଣ ଦାସ, ସାଲଖୁ ମୁର୍ମୁ, ଅଶ୍ୱିନୀ ନାୟକ, ସତ୍ୟବ୍ରତ ଦାସ, ସୁରେଶ ସୋରେନ ପ୍ରମୁଖ ପ୍ରମୁଖ ସହଯୋଗ କରିଥିଲେ ।

Related Posts

About The Author

Add Comment