ଭୟାବହ ଅଗ୍ନିକାଣ୍ଡ

Spread the love

ବେତନଟୀ , 15.12.2020 (ସନ୍ଧାନ ନିଉଜ୍ /ଲିଙ୍ଗରାଜ ପଣ୍ଡା): ଆଜି ଦିନ ପ୍ରାୟ ୧.୩୦ ସମୟରେ ବୈଶିଙ୍ଗା ଥାନା ଅଧୀନ ନଡ଼ପୁର ପଞ୍ଚାୟତ ନୂଆଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତା ଜଳିପୋଡ଼ି ପାଉଁଶ ହୋଇଯାଇଛି । ଗ୍ରାମର ପରବେଶ୍ବର ମହାକୁଡ଼ ଓରଫ ମିଥୁନଙ୍କ ପରିବାର ଲୋକେ ଘରେ ତାଲା ପକାଇ ବିଲକୁ ଧାନ କାଟିବାକୁ ଯାଇଥିଲା ବେଳେ କୌଣସି କାରଣରୁ । ହଠାତ୍ ଘରେ ନିଆଁ ଲାଗିଯାଇଥିଲା। ଚାଳ ଛପର ଘର ଯୋଗୁ ହୁ ହୁ ହୋଇ ନିଆଁ ବ୍ୟାପିଯାଇଥିଲା । ଅଗ୍ନିକାଣ୍ଡ ଯୋଗୁ ଘରେ ଥିବା ଗ୍ୟାସ୍‌ଟାଙ୍କି ଫାଟି ଯିବାରୁ ବିସ୍ତୋରଣ ଭଳି ଶବ୍ଦ ହୋଇଥିଲା ଓ ଥରି ଉଠିଥିଲା ଗାଁ ନିମିଷକ ମଧ୍ୟରେ ଘରଟି ଏକ ଅଗ୍ନିପିଣ୍ଡୁଳାରେ ପରିଣତ ହୋଇଯାଇଥିଲା ଓ ନିଆଁକୁ ଆୟତ୍ତ କରିବା ସମ୍ଭବ ହୋଇନଥିଲା। ଅଗ୍ନିକାଣ୍ଡରେ ୨ଟି ବାଇକ୍, ଦୁଇଟି  ସାଇକେଲ, ଏକ ଟିଭି, ସିଲେଇ ମେସିନ, ଶାଳପତ୍ର ଦୋନା ପ୍ରସ୍ତୁତି ମେସିନ, ୨ ଲକ୍ଷ ଶାଳପତ୍ର, ନଗଦ ୫୩ ହଜାର ଟଙ୍କା, ସୁନାଗହଣା, ୬୦ ଦ୍ବିଣ୍ଟାଲ ଧାନ ଓ ସମସ୍ତ ଆସବାବପତ୍ର କଳି ଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚିଲା ବେଳକୁ ଆଉ କିଛି ନଥିଲା। ଏହି ଭୟାବହ ଅଗ୍ନିକାଣ୍ଡରେ ୬ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ମିଥୁନଙ୍କ ପରିବାର ଏବେ ସବହଁରା ହୋଇଯାଇଛି। ଖବର ପାଇ ସ୍ଥାନୀୟ ସରପଞ୍ଚ ବାସନ୍ତୀ ମାଙ୍ଗୀ, ଅଶୋକ ବେହେରା ପ୍ରମୁଖ ପହଞ୍ଚିଥିଲେ ଓ କ୍ଷୟକ୍ଷତିର ଆକଳନ କରି ତୁରନ୍ତ କ୍ଷତିପୂରଣ ପ୍ରଦାନ ପାଇଁ ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କୁ ଜଣାଇଛନ୍ତି।

Related Posts

About The Author

Add Comment