ଯୁବକଙ୍କୁ ଉଲଗ୍ନ କରିଉଠବସ କରିବା ଦୃଶ୍ୟ ଭାଇରାଲ

Spread the love

ଉଦଳା, 10.12.2020 (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା)- ୮ ତାରିଖ ସନ୍ଧ୍ୟାରେ ଉଦଳାର ଜଣେ ସ୍ଥାନୀୟ ଯୁବକ ଅନ୍ୟ ଜଣେ ଯୁବକଙ୍କୁ ମାଡ଼ ମାରିବା ସହ ସାର୍ଟ ପେଣ୍ଟ ଖୋଲି ଉଠବସ କରିବା ଘଟଣା ଭିଡିଓ ଭାଇରାଲହେବା ପରେ ଉଦଳାରେ ଚର୍ଚ୍ଚାର ବିଷୟ ପାଲଟିଛି ପ୍ରାପ୍ତ ବିବରଣୀରୁ ଜଣାପଡିଛି ଏହି ଯୁବକ ଜଣକଙ୍କ ଘର ବାଣପୁରରେ। ସେ ବାଲେଶ୍ଵରରେ କାର୍ଯ୍ୟରତ ଅଛନ୍ତି । ଏହି ଯୁବକ ଉଦଳାର ଜଣେ ଯୁବକ ଉଦୟଙ୍କ ପାଖକୁ ଏକ ଫଟୋ ପଠାଇବାକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ଫଟୋରେ ଉଦୟଙ୍କର ପରିବାର ସଦସ୍ୟ ଥିବା ସହିତ ଅର୍ଶୀଳ ଫଟୋ ଥିଲା । ଏହି ଘଟଣାକୁ କେନ୍ଦ୍ର କରି ଉଦୟ ପ୍ରଥମେ ମାର୍କେଟି ମଧ୍ୟସ୍ଥଳୀ ଚା ଦୋକାନ ପାଖରେ ବଚସା ହୋଇଥିଲା । ପରେ ଉଦଳା – ବାରିପଦା ରାସ୍ତା ଥିବା ଲଜ ସମ୍ମୁଖରେ ଉଦୟଙ୍କ ଉକ୍ତ ଯୁବକଙ୍କ ସହ ପାଟିତୁଣ୍ଡ ହୋଇଥିଲା । ଯୁବକ ଜଣକ ହାତଯୋଡି ବାରମାର ଭୁଲହୋଇ ଯାଇଛି ବୋଲି କହୁଥିଲେ । ମାତ୍ର ଉଦୟ ଉକ୍ତ ଯୁବକଙ୍କୁ ମାଡ଼ ମାରିବା ସହ ମୋବାଇଲ ଛଡ଼ାଇ ନେଇ ପେଣ୍ଟ ସାଟି ଖୋଲି ରାସ୍ତାରେ ଉଠବସ କରାଇଥିଲେ  ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଥାନାରେ ନେଇ ପଚରାଉଚରା ଜାରି ରଖିଛି । ଉକ୍ତ ଘଟଣା ଭାଇରାଲ ହେବା ସହ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣା ପଛରେ କ’ଣ ସତ୍ୟତା ରହିଛି ପୁଲିସ ତଦନ୍ତ ପରେ ସାମ୍ନାକୁ ଆସିବ  ଉକ୍ତ ଘଟଣାରେ ଉଦଳା ଥାନାରେ ପିଏସ ଆଇ ବିଜୟ କୁମାର ମୁର୍ମୁଙ୍କୁ ସସପେଣ୍ଡ କରାଯାଇଥୁବାର ଜଣାପଡ଼ିଛି। ଶ୍ରୀ ମୁମୁଁ ସେଠାରେ ପହଞ୍ଚିବା ପରେ ତାଙ୍କ ସମ୍ମୁଖରେ ଯୁବକଙ୍କୁ ଉଲଗ୍ନ କରି ଉଠବସ କରିବା ଘଟଣା ନେଇ ତାଙ୍କୁ ସସପେଣ୍ଡ  କରାଯାଇଥିବାର ଜଣାପଡ଼ିଛି।

Related Posts

About The Author

Add Comment