ଜାତୀୟ ଶିକ୍ଷା ନୀତି-୨୦୨୦ ସମ୍ପର୍କିତ ପ୍ରଶିକ୍ଷଣ ଓ ଆଲୋଚନାଚକ୍ର

Spread the love

ବାରିପଦା, 08.12.2020 (ଲିଙ୍ଗରାଜ ପଣ୍ଡା): ବାରିପଦାସ୍ଥିତ ମୟୁରଭଞ୍ଜ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଗୋରୁମହିଷାଣି ବ୍ଳକ୍ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ବାରିପଦା ସରକାରୀ ପ୍ରାରମ୍ଭିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ଓ କୁଶଳଦା ପ୍ରାରମ୍ଭିକ ଶିକ୍ଷକ ଓ ଶିକ୍ଷା ପ୍ରତିଷ୍ଠାନର ମିଳିତ ଅନୁକୂଲ୍ୟରେ ଜାତୀୟ ଶିକ୍ଷାନୀତି-୨୦୨୦ ସମ୍ପର୍କିତ ଏକ ଅନଲାଇନ ଆଲୋଚନାଚକ୍ର ଆଜି ଉଦ୍‌ଘାଟିତ ହୋଇଯାଇଛି, ବିଦ୍ୟାଳୟ ଶିକ୍ଷା ଦିଶା ନିର୍ଦ୍ଦେଶ ବିଷୟରେ ଏହି ୧୦ ଦିନିଆ ଆଲୋଚନାଚକ୍ର ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ବିନୀତ ଭରଦ୍ବାଜ, ଓଡ଼ିଶା ଏସସିଇଆରଟି  ନିର୍ଦ୍ଦେଶକ ଗଙ୍ଗାଧର ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଚିତ୍ରରଞ୍ଜନ ମହାପାତ୍ର ପ୍ରମୁଖ ଉଦ୍‌ଘାଟିତ କରିଛନ୍ତି । ଏହି ଅବସରରେ ଏସଏସଡି ବିଭାଗର ଶିକ୍ଷା ନିରୀକ୍ଷକ ଚନ୍ଦ୍ରଭାନୁ ମହାପାତ୍ର ଓ ଏସସିଇଆରଟିର ସହକାରୀ ନିର୍ଦ୍ଦେଶକ ତାପସ ନାୟକ ପ୍ରମୁଖ ମୟୁରଭଞ୍ଜ ଜିଲ୍ଲାରୁ ଆରମ୍ଭ ହୋଇଥିବା ଏହି ପ୍ରୟାସକୁ ଆଗାମୀ ଦିନରେ ରାଜ୍ୟର ସମସ୍ତ ଜିଲ୍ଲାରେ ଆୟୋଜନ କରାଇବା ପାଇଁ ଅନୁରୋଧ କରିଥିଲେ । ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଫୁଲମଣି ମୁର୍ମ, ଗୋରୁମହିଷାଣି ବ୍ଳକ୍ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ବ୍ରହ୍ମ, ବାରିପଦା ସରକାରୀ ପ୍ରାରମ୍ଭିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷ ସୁଦର୍ଶନ ସାନ୍ତରା, ସରକାରୀ ପ୍ରାରମ୍ଭିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷ ନିରଞ୍ଜନ ସାହୁ ପ୍ରମୁଖଙ୍କ ମିଳିତ ତତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ୨୬ଟି ବ୍ଲକ ସହିତ ବାଲେଶ୍ବର, ଭଦ୍ରକ, ଗଞ୍ଜାମ, କେନ୍ଦୁଝର, ରାୟଗଡ଼ା, ଗଜପତି, କୋରାପୁଟ, ଖୋର୍ଦ୍ଧା, କଳାହାଣ୍ଡି ଆଦି ବିଭିନ୍ନ ଜିଲ୍ଲାରୁ ୮,୭୨୦ ଜଣ ଶିକ୍ଷକ ଅଂଶଗ୍ରହଣ କରିଛନ୍ତି। ରାଜ୍ୟରେ ଜାତୀୟ ଶିକ୍ଷାନୀତିର କ୍ରିୟାନୁୟନ ସମ୍ପର୍କିତ ୩,୫୦୦ଟି ମତାମତ ପ୍ରାପ୍ତି ହୋଇଛି। ଦଶ ଦିନର ଏହି ପ୍ରଶିକ୍ଷଣ ଓ ଆଲୋଚନାଚକ୍ରକୁ ଶିକ୍ଷକ ସହଦେବ ସାହୁ, ରଥିନ୍ଦ୍ର ନାଥ ଘୋଷ, ସେହଶିକ୍ସା ବାରିକ, ଲିପିକା ଦାସ, ସପନ ପୃଷ୍ଟି ଓ ଶୈଳବାଳା ବେହେରା ପ୍ରମୁଖ ପରିଚାଳନା କରୁଛନ୍ତି ।

Related Posts

About The Author

Add Comment