ସବାଇ ଦଉଡି ବିକ୍ରିକୁ କେନ୍ଦ୍ର କରି ବିବାଦ

Spread the love

ଚିତ୍ରଡ଼ା, 06.12.2020 (ଲିଙ୍ଗରାଜ ପଣ଼୍ଡା): ଆଜି ମୋରଡ଼ା ବ୍ଲକ୍ ବାରମାଇଲ ସାପ୍ତାହିକ ହାଟରେ ସବାଇ ଦଉଡ଼ି କିଣାକୁ କେନ୍ଦ୍ର କରି ଲୋକେ – ବାରିପଦା-ଅମହାଁ ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ। ଫଳରେ ଘଣ୍ଟାଏରୁ ଅଧିକ ସମୟ ଧରି ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲୁ । ଏମିତିକି ଆମ୍ବଲାନ୍ସକୁ ମଧ୍ୟ କିଛି ସମୟ ପାଇଁ ଅଟକିବାକୁ ପଡ଼ିଥିଲା। ଏହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପୀଇଥିଲା। । ଖବରରୁ ପ୍ରକାଶ, ବାରମାଇଲ ସାପ୍ତାହିକ ହାଟରେ ଆଜି ସକାଳୁ ସକାଳୁ ସବାଇରେ ପ୍ରସ୍ତୁତ ଦଉଡ଼ି ବିକ୍ରି କରିବା ପାଇଁ ଲୋକ ହାଟକୁ ଆସିଥିଲେ। ତେବେ ଦଉଡ଼ି କିଣିବା ପାଇଁ ଆସିଥିବା କିଛି କ୍ଷୁଦ୍ର ବ୍ୟବସାୟୀ ଖୁବ୍ କମ୍ ଦାରେ ଦଉଡ଼ି କିଣିବାକୁ ଚାହିଁଥିଲେ । ଏବେ କୌଣସି ବଡ଼ ବେପାରୀ ହାଟକୁ ଆସିନଥିବାର ସୁଯୋଗରେ କିଛି ସ୍ଥାନୀୟ ବେପାରୀ ଏମିତି କମ୍ ଦାମରେ ଦଉଡ଼ି କିଣିବା ଆରମ୍ଭ କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା । ଦଉଡ଼ି ବିକ୍ରି କରିବାକୁ ଆସିଥିବା ଲୋକେ ଏକତ୍ରିତ ହୋଇ ଉଚିତ ମୂଲ୍ୟ ପ୍ରଦାନ ଦାବି କରି ରାସ୍ତାରୋକ୍ କରିଥିଲେ। ଖବର ପାଇ ବଡ଼ଜାମବଣି ଫାଣ୍ଡି ଅଧିକାରୀ ପବିତ୍ର ମୋହନ ରାଉତ ପହଞ୍ଚି ବୁଝାସୁଝା କରିଥିଲେ। ଉଚିତ୍ ମୂଲ୍ୟରେ ଦଉଡ଼ି କିଣା ଆରମ୍ଭ ହେବାରୁ ରାସ୍ତା ଅବରୋଧ ହଟିଥିଲା । ସବାଇ ଘାସରୁ ଦଉଡ଼ି ପ୍ରସ୍ତୁତ କରୁଥିବା ଗ୍ରାମରଞ୍ଚଳର ଲୋକଙ୍କ ବିକ୍ରିବଟା ପାଇଁ ସରକାରୀ ସ୍ତରରେ କିଛି ବି ବ୍ୟବସ୍ଥା ନାହିଁ ଯେଉଁଥିପାଇଁ ଅନେକ ସମୟରେ ବ୍ୟବସାୟୀ ସେମାନଙ୍କୁ ଶୋଷଣ କରୁଥିବା ଜଣାପଡ଼ିଛି ।

 

Related Posts

About The Author

Add Comment