ଝାରପୋଖରିଆ, 04.12.2020 (ଲିଙ୍ଗରାଜ ପଣ୍ଡା): ଝାରପୋଖରି ଆ ଥାନା ଅନ୍ତର୍ଗତ ପାକଟିଆ ଗ୍ର।ମର ଜୈନିକୁ ନାବାଳିକା (17) ନାବାଳକଙ୍କ ଦ୍ଵାରା ଗର୍ଭବତୀ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ଗତ ଜାନୁଆରୀ ମାସରେ ଗ୍ରାମର ଛଉ ପଡ଼ିଆରେ ସ୍ଥାନୀୟ ଇଚିଣ୍ଡା ଗ୍ରାମର ଜନୈକ ନାବାଳକ(17) ଙ୍କ ସହିତ ଦେଖା ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା ନାବାଳିକାଙ୍କ ଘରେ ତାଙ୍କ ବାପା ମାଆଙ୍କ ଅନୁପସ୍ଥିତିର ସୁଯୋଗ ନେଇ ନାବାଳକ ଜଣକ ପ୍ରତି ମଙ୍ଗଳବାର ତାଙ୍କ ଘରକୁ ଆସି ତାଙ୍କ ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ ରଖୁ ଆସୁଥିଲା । ଏହା ଭିତରେ ନାବାଳିକା ଜଣକ ଗର୍ଭବତୀ ହୋଇଥିବା ଜାଣି ଗତ ଦୁଇ ମାସ ହେବ ନାବାଳକ ଜଣକ ଆଉ ତାଙ୍କ ସହିତ କୌଣସି ଯୋଗାଯୋଗ ନରଖୁବାରୁ ସେ ଘଟଣା ବାବଦରେ ତାଙ୍କ ମା’ଙ୍କୁ ଜଣାଇଥିଲେ ଗତକାଲି ଥାନାରେ ଅଭିଯୋଗ ପରେ ମାମଲା ରୁଜୁ ହୋଇଛି। ପୁଲିସ ପୀଡିତାଙ୍କ ବୟାନ ରେକର୍ଡ ପରେ ତାଙ୍କୁ ବାରିପଦାସ୍ଥ ଔନଷ୍ଟପ୍ ସେଣ୍ଟରକୁ ପଠାଇଥିବାବେଳେ ବାଳ ଅପରାଧୀକୁ ଚାଇଲ ଲାଇନକୁ ପଠାଇଛି ।


