ଚଳିତ ବର୍ଷ ଡିସେମ୍ବର ୨୭ ରୁ ୩୦ ତାରିଖ ସରସ୍ୱତୀ କଳା ପରିଷଦର ବାର୍ଷିକ ଉତ୍ସବ  !

Spread the love
କଟକ ୨୪/୧୧/୨୦୨୦ (ସନ୍ଧାନ ନିଉଜ) କଟକସଦର ଅନ୍ତର୍ଗତ କନ୍ଦରପୁର ଅଞ୍ଚଳର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ “ସରସ୍ୱତୀ କଳା ପରିଷଦ”ର  ୧୭ତମ ବାର୍ଷିକ ଉତ୍ସବ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ପରିଷଦ କାର୍ଯ୍ୟଳୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ଡିସେମ୍ବର ମାସ ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ କରୋନା କଟକଣା ମଧ୍ୟରେ ଏହି ଉତ୍ସବ ପାଳନ କରାଯିବାକୁ ବୈଠକରେ ସ୍ଥିର କରାଯାଇଥିଲା। ଏହି ଉତ୍ସବରେ ଛାତ୍ରଛାତ୍ରୀ ମାନଙ୍କର ସମସ୍ତ ପ୍ରତିଯୋଗିତା ଅନଲାଇନ ମାଧ୍ୟରେ କରାଯାଇ ଯୋଗ୍ୟ ବିବେଚିତ ପ୍ରତିଭାଙ୍କୁ ପୁରସ୍କୃତ କରାଯିବ। ପରିଷଦପକ୍ଷରୁ ସାରସ୍ୱତ ପ୍ରତିଭା ସମ୍ମାନ ପର୍ବ, ପତ୍ରପତ୍ରିକା ଉନ୍ମୋଚନ, ରକ୍ତଦାନ ଶିବିର ଆଦି ଆୟୋଜନର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ଏହି ବୈଠକରେ ପରିଷଦର ସମ୍ପାଦକ ନାଟ୍ୟକାର ଅଶୋକ ପଟ୍ଟନାୟକ, ସଭାପତି ନାରୀନେତ୍ରୀ ପ୍ରତିଭା ଶତପଥୀ,ପ୍ରାଧ୍ୟାପକ ପ୍ରଫୁଲ୍ଲ ଦାସ,ସଂଯୋଜକ ଚକ୍ରବର୍ତ୍ତୀ ଓତା,ଅଭିରାମ ସାହୁ,ସଂଧ୍ୟାରଣୀ ଦାଶ,ସାମ୍ବାଦିକ ପ୍ରଭାତ ମଲ୍ଲିକ, କୋଷାଧ୍ୟକ୍ଷ ଇଂ.ସେବକ ଶ୍ରୀକାନ୍ତ, ସାହିତ୍ୟିକ ବିକ୍ରମ ନନ୍ଦ,ଛାତ୍ରୀ ଶିଖା ସାହୁ,ଛାତ୍ରୀ ବର୍ଷା ରାଉତ ତଥା ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। Report- Prakash Rout

Related Posts

About The Author

Add Comment