ନାଏବ ସରପଞ୍ଚଙ୍କ ନେତୃତ୍ୱରେ ଧାରଣାରେ ବସିଲେୱାର୍ଡସଭ୍ୟ

Spread the love

ବେତନଟୀ, 3/11( ସନ୍ଧାନ ନ୍ୟୁଜ୍);- ବେତନଟୀ ବ୍ଲକ ଏବେ ଦୁର୍ନୀତିର ଗନ୍ତାଘର ପାଲଟିଛି । କଳମା ପଞ୍ଚାୟତରେ ଦୁର୍ନୀତି ଯୋଗୁ ୱାର୍ଡ ସଭ୍ୟମାନେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଥିବା ବେଳେ ସୋମବାର ବୈଶିଙ୍ଗା ଥାନା ଆଗୁଆ ପଞ୍ଚାୟତରେ ଦୁର୍ନୀତି ହେଉଥିବା ଓ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ୱାର୍ଡସଭ୍ୟ କୌଣସି ଖବର ନପାଇବାରୁ ଉତ୍ୟକ୍ତ ହୋଇ ନାଏବ ସରପଞ୍ଚ ସୁଜିତ ଜେନାଙ୍କ ନେତୃତ୍ବରେ ଅଧୁକାଂଶ ୱାର୍ଡସଭ୍ୟ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ଠାରୁ ଆରମ୍ଭକରି ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଜାଣିନପାରିବାରୁ, ଏସମ୍ପର୍କରେ ସରପଞ୍ଚ ଓ ପିଇଓଙ୍କୁ ପଚାରିଲେ ମଧ୍ୟ କୌଣସି ଉତ୍ତର ନମିଳିବାରୁ ସେମାନେ ବାଧ୍ୟହୋଇ ସୋମବାର ପଞ୍ଚାୟତ କାର୍ଯ୍ୟାଳୟ ଫାଟକ ନିକଟରେ ଧାରଣାରେ ବସିଥିଲେ । ଗ୍ରାମ ପଞ୍ଚାୟତର ବିଭିନ୍ନ ଉନ୍ନୟନ କାର୍ଯ୍ୟ ତଥା ଜନାଭିମୁଖୀ କାର୍ଯ୍ୟ ବାଡ଼ିସଭ୍ୟଙ୍କ ଅଗୋଚରରେ ହେଉଥିବା, ଖାଦ୍ୟ ଯୋଗାଣରେ ଅନିୟମିତତା, ଭତ୍ତା ପ୍ରଦାନରେ ମଧ୍ୟ ଅନିୟମିତତା ହେଉଥିବା, କୋଭିଡ-୧୯ର ପରିଚାଳନାରେ ଅନିୟମିତତା, ଆବାସ ଯୋଜନା ଓ ନରେଗା କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା, ୧୪ ଏଫସି ଓ ୪ଏସଏଫସି ଯୋଜନାରେ ଅନିୟମିତତା, ସରପଞ୍ଚ ଓ ପିଇଓଙ୍କ ଠିକାଦାରଙ୍କ ଇଙ୍ଗିତରେ କାର୍ଯ୍ୟ କରୁଥିବା, ପିଠ୮ କାର୍ଯ୍ୟକ୍ରମରେ ଅନିୟମିତତା, ଆସବାବପତ୍ର କିଣିବାରେ ହେରଫେର ଇତ୍ୟାଦି ବହୁ ଅଭିଯୋଗ ଆସୁଥିଲେ ମଧ୍ୟ ଏହାର କୌଣସି ସମାଧାନ ନକରିବାରୁ ୱାର୍ଡ ସଭ୍ୟ କମଳଲୋଚନ ଖଟୁଆ, ସୋମନାଥ ବେହେରା, ସାଗର ଦେହୁରୀ, ଗୀତାଞ୍ଜଳି ସାହୁ, ପରେଶ ସିଂ, ଦୟାନିଧ୍ୟ ମୋଦୀ, ମନୋରମା ମହାନ୍ତ, ଆଦିତି ପ୍ରଧାନ ପ୍ରମୁଖ ଏହି ଧାରଣାରେ ବସି ନିଜର ଦାବି ଉପସ୍ଥାପନା କରିବା ସହିତ ଏହାର ତୁରନ୍ତ ସମାଧାନ ନିମନ୍ତେ ଦାବି କରିଥିଲେ। ଏ ସମ୍ପର୍କରେ ସରପଞ୍ଚଙ୍କ ସହ ଯୋଗାଯୋଗ ସମ୍ଭବ ହୋଇନଥିଲା।

Related Posts

About The Author

Add Comment